ନୃଶଂସ ମା’; ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ କଲା ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ନୃଶଂସ ମା’; ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ କଲା ଏମିତି କାମ

ମୁମ୍ବାଇ: ମା’ ହେବା ପ୍ରତିଟି ନାରୀ ପାଇଁ ସୌଭାଗ୍ୟର କଥା। ଯେତେବେଳେ ଜଣେ ମା’ ନବଜାତ ଶିଶୁକୁ ଜନ୍ମଦିଏ, ସେତେବେଳେ ତା’ର ଖୁସି ନକହିଲେ ସରେ। ତେଣିକି ଶିଶୁଟି ପୁଅ ହେଉ କି ଝିଅ। ନବଜାତ ସର୍ବଦା ସମସ୍ତଙ୍କ ମନରେ ଖୁସି ଆଣିଥାଏ। କିନ୍ତୁ ସେହି ମା’ ଯଦି ନିଜ ଶିଶୁର ଜୀବନ ନେଇଯିବ, ତା’ଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ ମହାରାଷ୍ଟ୍ରର ବାରାମତୀରେ, ଯେଉଁଠାରେ ଜଣେ ମା’ ତା’ର ଶିଶୁକନ୍ୟାକୁ ପାଣିରେ ବୁଡ଼ାଇ ମାରିଦେଇଛି।

ତେବେ ମହିଳା ଜଣକ କାହିଁକି ଏମିତି ନୃଶଂସ କାମ କଲେ। ଏହା ପଛର କାରଣ ହେଉଛି ଶିଶୁକନ୍ୟା। ମହିଳା ଜଣକ ଏକ ପୁତ୍ର ସନ୍ତାନ ଆଶାରେ ଥିଲେ, କିନ୍ତୁ କ୍ରମାଗତ ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ ସେ ଭୀଷଣ ରାଗି ଯାଇଥିଲେ। ଯେଉଁକାରଣରୁ ମହିଳା ଜଣକ ଏଭଳି ହୀନ କାମ କରିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨ ମାସ ହେବ ମହିଳା ନିଜ ମା’ଙ୍କ ଘରେ ରହୁଥିଲେ। ଅନ୍ୟପଟେ ପତ୍ନୀଙ୍କ ଦ୍ୱାରା ଏହି ଅପରାଧ କଥା ଶୁଣି ପତି ସ୍ତବ୍ଧ ହୋଇପଡ଼ିଛନ୍ତି। ପୁଲିସର କହିବା ଅନୁଯାୟୀ, ମହିଳା ଜଣକ ଶିଶୁକନ୍ୟା ଜନ୍ମ ହେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମହିଳାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇଛି। ବର୍ତ୍ତମାନ ପୁଲିସ୍ ଏହି ମାମଲାର ତଦନ୍ତ କରୁଛି।

The post ନୃଶଂସ ମା’; ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ କଲା ଏମିତି କାମ appeared first on Odisha Reporter.



from Odisha Reporter https://ift.tt/3fPdScV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages