ବିବାହ ସମାରୋହରେ ବେକାବୁ ହୋଇପାରେ କରୋନା, ଜାଣନ୍ତୁ କିପରି କରିବେ କାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ବିବାହ ସମାରୋହରେ ବେକାବୁ ହୋଇପାରେ କରୋନା, ଜାଣନ୍ତୁ କିପରି କରିବେ କାବୁ

ନୂଆଦିଲ୍ଲୀ: ନିଜ ବିବାହ ସମାରୋହକୁ ଆକର୍ଷଣୀୟ ତଥା ଜାକଜମକରେ ଆୟୋଜନ କରିବା ନିମନ୍ତେ ସମସ୍ତେ ଇଚ୍ଛୁକ ଥାନ୍ତି। ନିଜ ଜୀବନର ଏହି ବହୁ ପ୍ରତିକ୍ଷିତ ମୁହୂର୍ତ୍ତରେ ପରିବାର ସଦସ୍ୟ, ବନ୍ଧୁ, ବାନ୍ଧବ ତଥା ପରିଜନମାନଙ୍କୁ ସାମିଲ କରିବାକୁ ମଧ୍ୟ ମନରେ ଇଚ୍ଛା ଥାଏ। ହେଲେ କରୋନା ମହାମାରୀ ଏହି ଇଚ୍ଛା ଉପରେ ଲଗାଇଛି ବ୍ରେକ୍‌।

କରୋନା ଗ୍ରାଫ୍‌ ବିଭିନ୍ନ ରାଜ୍ୟରେ ନିୟନ୍ତ୍ରଣରେ ଥିବା ବେଳେ ଦିଲ୍ଲୀ ପରି ବହୁ ସହରରେ ଏହି ମହାମାରୀ ପୁଣି ନିଜ ରୂପ ଦେଖାଇବା ଆରମ୍ଭ କଲାଣି। ଏବେ ଶୀତ ଦିନ ଆରମ୍ଭ ହୋଇଯାଇଥିବା ବେଳେ କରୋନା ପୁଣି ବ୍ୟାକ୍‌ କରିବାର ଆଶଙ୍କା ମଧ୍ୟ ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଅପରପକ୍ଷେ ବିବାହରେ ଯୋଗ ଦେଉଥିବା ବହୁ ବ୍ୟକ୍ତି କରୋନା ସଂକ୍ରମିତ ହେଉଥିବା ମଧ୍ୟ ଦେଖାଦେଉଛି।

ଏପରି ସ୍ଥିତିରେ ବିବାହ ଆଦି ସମାରୋହରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। ଦିଲ୍ଲୀ-ୟୁପି ଆଦି ଜାଗାରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ନାହିଁ। ଏପରି ସମାରୋହରେ ସାମିଲ ହେଉଥିବା ବ୍ୟକ୍ତି ଯଦି ନିଜେ କିଛି ସାବଧାନତା ଅବଲମ୍ବନ କରିପାରନ୍ତେ, ତା’ ହେଲେ ବହୁ ମାତ୍ରାରେ ଏହି ସଂକ୍ରମଣକୁ ରୋକାଯାଇ ପାରିବ।

୧- ଏପରି ସମୟରେ ବନ୍ଦ ଜାଗାରେ ବିବାହ କାର୍ଯ୍ୟ ଆୟୋଜନ କରିବା ଉଚିତ ନୁହେଁ। ଏପରି କାର୍ଯ୍ୟକ୍ରମ ଖୋଲା ଜାଗାରେ କରିବା ଉଚିତ, ଯେଉଁଠାରେ କି ଅବାଧରେ ବାୟୁ ଚଳାଚଳ କରି ପାରିବେ।

୨-ବିବାହ ଆୟୋଜନ କରୁଥିବା ସଂସ୍ଥା  ବାୟୁକୁ ବିଶୁଦ୍ଧ କରିବା ଉପାୟ ଅବଲମ୍ବନ କରିବା ଉଚିତ। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ବହୁ ମାତ୍ରାରେ କମିଯାଇପାରିବ।

୩-ବିବାହ ସମାରୋହରେ ବିଭିନ୍ନ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହୋଇଥାଏ।  ହେଲେ ସବୁବେଳେ ରନ୍ଧା ଖାଦ୍ୟ ଖାଇବାକୁ ପ୍ରାଥମିକତା ଦିଅନ୍ତୁ। ସାଲାଡ, ଫଳ, ଦହି, କଞ୍ଚା ପନୀରରେ ପ୍ରସ୍ତୁତ ଆଇଟମ୍‌କୁ ଆଭଏଡ କରନ୍ତୁ। କାରଣ କରୋନା ଭାଇରସ ଏହି ସବୁ ଜିନିଷ ଉପରେ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରହିଥାଏ।

୪- ଆୟୋଜନ ସ୍ଥଳରେ ଚଟାଣକୁ ସ୍ପର୍ଶ କରନ୍ତୁ ନାହିଁ। ଏପରିକି ଖାଦ୍ୟ ନେବା ସମୟରେ ସର୍ଭିଂ ଚାମଚକୁ ନ୍ୟାପକିନ୍‌ ବି ଟିସୁ ପେପରରେ ଧରନ୍ତୁ। ଖାଇବା ପରେ ଓ ପୂର୍ବରୁ ହାତକୁ ଭଲ ଭାବେ ଧୁଅନ୍ତୁ।

୫- ବିବାହ ସମାରୋହରେ ସବୁଠୁ ଅଧିକ ଗହଳି କ୍ୟାଟରିଂ ଡିପାର୍ଟମେଣ୍ଟରେ ହୋଇଥାଏ। ଏଥିନିମନ୍ତେ ସେଲ୍ଫ-ସର୍ଭିସିଂ କାଉଣ୍ଟରର ବ୍ୟବସ୍ଥା କରିବା ଉଚିତ। ଅଧିକ ଭିଡ ହେଲେ କିଛି  ଅତିଥିଙ୍କୁ ଖାଦ୍ୟ ପ୍ୟାକ କରି ମଧ୍ୟ ଦେଇପାରିବେ।

୬- ଯେଉଁମାନେ ଅତି ଘନିଷ୍ଠ ସେହିମାନଙ୍କୁ ହିଁ ବିବାହ ସମାରୋହକୁ ଡାକନ୍ତୁ। ଏପରିକି ବିବାହର ଭିନ୍ନ ଭିନ୍ନ ସମାରୋହରେ ଭିନ୍ନ ଭିନ୍ନ ଅତିଥିଙ୍କୁ ନିମନ୍ତ୍ରଣ କରିପାରନ୍ତି। ଏପରି ଦ୍ୱାରା ଆପଣ ଅଧିକ ଲୋକଙ୍କୁ ନିୟନ୍ତ୍ରଣ କରିପାରନ୍ତି ଏବଂ ଭିଡକୁ ବି ଏଡାଇ ହେବ।

The post ବିବାହ ସମାରୋହରେ ବେକାବୁ ହୋଇପାରେ କରୋନା, ଜାଣନ୍ତୁ କିପରି କରିବେ କାବୁ appeared first on Odisha Reporter.



from Odisha Reporter https://ift.tt/36kQ51C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages