୫୧ ବର୍ଷ ପରେ ହେଲା ବାଚସ୍ପତି ନିର୍ବାଚନ, ବିଜେପିର ବାଜିମାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

୫୧ ବର୍ଷ ପରେ ହେଲା ବାଚସ୍ପତି ନିର୍ବାଚନ, ବିଜେପିର ବାଜିମାତ

ପାଟନା: ଦୀର୍ଘ ୫୧ ବର୍ଷ ପରେ ବିହାର ବିଧାନସଭାରେ ବାଚସ୍ପତି ନିର୍ବାଚନ ଦେଖିବାକୁ ମିଳିଛି। ପ୍ରତିଥର ପରି ଏଥର ମଧ୍ୟ ଚୟନ ପ୍ରକ୍ରିୟାରେ ଶାସକ ଏନଡିଏ ବାଚସ୍ପତି ନିଯୁକ୍ତ କରିବାକୁ ଚାହିଁଥିଲା। ହେଲେ ବିରୋଧୀଙ୍କ ଚାପ ଯୋଗୁ ପ୍ରୋଟମ ବାଚସ୍ପତି ଜିତେନ ରାମମାଞ୍ଝୀ ବାଧ୍ୟ ହୋଇ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅବଶ୍ୟ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାଜିମାତ କରିଛନ୍ତି। ହେଲେ ୫୧ ବର୍ଷ ପରେ ନିର୍ବାଚନ ହୋଇଥିବାରୁ, ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଦେଖିବାକୁ ମିଳିଛି।

ଏନଡିଏ ପକ୍ଷରୁ ବିଜୟ କୁମାର ପ୍ରାର୍ଥୀ ହୋଇଥିବା ବେଳେ ମହାଗଠବନ୍ଧନ ଅୱଧ ବିହାରୀ ଚୌଧୁରୀଙ୍କୁ ପ୍ରାର୍ଥୀ କରିଥିଲା। ଭୋଟିଂ ବେଳେ ବିଜୟଙ୍କ ସପକ୍ଷରେ ୧୨୬ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଚୌଧୁରୀଙ୍କ ସପକ୍ଷରେ ୧୧୪ ବିଧାୟକଙ୍କ ସମର୍ଥନ ରହିଥିଲା।
ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା।

ସେମାନେ ସିକ୍ରେଟ ବାଲଟରେ ଭୋଟିଂ ପାଇଁ ଦାବି କରିଥିଲେ। ସେହିପରି ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଅନ୍ୟମାନଙ୍କୁ ଗୃହରୁ ଯିବା ପାଇଁ ଦାବି କରିଥିଲେ। ତେବେ ଏହାକୁ ବାଚସ୍ପତି ଆସନରେ ବସିଥିବା ମାଞ୍ଝୀ ଖାରଜ କରିଦେଇଥିଲେ। ଏହାକୁ କେନ୍ଦ୍ର କରି ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିପାଇଁ କିଛି ସମୟ ଧରି ଗୃହ ମୁଲତବୀ ମଧ୍ୟ ରହିଥିଲା।

ପ୍ରାଥମିକ ଅବସ୍ଥାରେ ମାଞ୍ଝୀ ଭୟସ ଭୋଟ ଜରିଆରେ ବିଜୟ କୁମାରଙ୍କୁ ବିଜେତା ଘୋଷଣା କରିଥିଲେ। ହେଲେ ଏହାକୁ ବିରୋଧୀ ତୀବ୍ର ବିରୋଧ କରିଥିଲେ। ମହାଗଠବନ୍ଧନର ନେତା ତେଜସ୍ୱୀ ଯାଦବ କହିଥିଲେ, ବାଚସ୍ପତି ଆସନ ଗୃହ ପାଇଁ ରହିଥାଏ।

ଏହା ସରକାର କିମ୍ବା ବିରୋଧୀଙ୍କ ଦଖଲରେ ରହିବା ଠିକ ନୁହେଁ। ଏହାପରେ ମୁଣ୍ଡ ଗଣତି ସପକ୍ଷରେ ମାଞ୍ଝୀ ମତ ଦେଇଥିଲେ। ଶେଷରେ ବିଜୟ କୁମାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ।

The post ୫୧ ବର୍ଷ ପରେ ହେଲା ବାଚସ୍ପତି ନିର୍ବାଚନ, ବିଜେପିର ବାଜିମାତ appeared first on Odisha Reporter.



from Odisha Reporter https://ift.tt/3q350Fu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages