ବାପାଙ୍କ ନାଁରେ ଅଭିଯୋଗ ଆଣିଲେ ଜାନ୍, ସାନୁ ବି ଦେଲେ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ବାପାଙ୍କ ନାଁରେ ଅଭିଯୋଗ ଆଣିଲେ ଜାନ୍, ସାନୁ ବି ଦେଲେ ଜବାବ

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁ ଓ ତାଙ୍କ ପୁଅ ଜାନ୍ କୁମାର ସାନୁ ମୁହାଁମୁହିଁ ହୋଇଛନ୍ତି। ‘ବିଗ୍ ବସ୍ ୧୪’ରୁ ବାହାରିବା ପରେ ଜାନ୍ ତାଙ୍କ ବାପା କୁମାର ସାନୁଙ୍କ ନାଁରେ କିଛି ଅଭିଯୋଗ କରିଥିଲେ। ଏହାକୁ ନେଇ କୁମାର ସାନୁ ବିରକ୍ତ ହେବା ସହ ନିଜ ନାଁରୁ କୁମାର ସାନୁକୁ ହଟାଇ ଦେବାକୁ ପୁଅ ଜାନଙ୍କୁ ପରାମର୍ଶ ଦେଇଛନ୍ତି।

ଜାନ୍ କହିଥିଲେ, ଆମେ ହେଉଛୁ ତିନି ଭାଇ। ଆମ ମା’ ରୀତା ଭଟ୍ଟାଚାର୍ଯ୍ୟ ଆମର ଲାଳନପାଳନ କରିଛନ୍ତି। ଆମ ବାପା କେବେ ବି ଆମ ଜୀବନର ଅଂଶ ହେଲେ ନାହିଁ। ସେ କେବେ ମୋତେ ସମର୍ଥନ କରିଥିବା ବା ମୋତେ ପ୍ରମୋଟ କରିବାକୁ ଆଗେଇ ଆସିଥିବା କଥା ମୁଁ ଜାଣି ନାହିଁ। ବହୁତ ସେଲେବ୍ରିଟି ଛାଡ଼ପତ୍ର ଦେଇ ଦ୍ବିତୀୟ ବିବାହ କରିଛନ୍ତି। ସେମାନେ ପୂର୍ବ ପତ୍ନୀମାନଙ୍କ ସହିତ କଥାବାର୍ତ୍ତା କରୁ ନଥିଲେ ମଧ୍ୟ ସେମାନଙ୍କ ପିଲାମାନଙ୍କ ସହିତ ସଂପର୍କ ଚ୍ଛିନ୍ନ କରି ନାହାନ୍ତି। ସେମାନେ ନିଜ ପିଲାଙ୍କ ଦାୟିତ୍ବ ନେଇଛନ୍ତି। କିନ୍ତୁ ମୋ ବାପା କେବେ ବି ସେମିତି କରି ନାହାନ୍ତି।

ସେ ଆହୁରି କହିଥିଲେ, ଆମ ବାପା ଆମ ସହିତ ସଂପର୍କ ରଖିବାକୁ ମନା କରି ଦେଇଥିଲେ। କିଛି ଦିନ ତଳେ ସୋଶାଲ ମିଡ଼ିଆରେ ସେ ଏକ ଭିଡିଓ ଅପଲୋଡ୍ କରି ମୋ ମା’ ମୋତେ ଦେଇଥିବା ଶିକ୍ଷା ଓ ସଂସ୍କାର ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ଆଉ ଏକ ଭିଡିଓ ଅପଲୋଡ୍ କରି କହିଥିଲେ ଯେ ସେ ମୋ କାମକୁ ସମର୍ଥନ କରନ୍ତି। ମୋତେ ଲାଗୁଛି ଯେ ସେ ଡବଲ୍ ଷ୍ଟାଣ୍ଡାର୍ଡ ରଖୁଛନ୍ତି। ମୋ କହିବା କଥା ହେଲା ଯେତେବେଳେ ଜଣେ ବ୍ୟକ୍ତି ତା’ପିଲାମାନଙ୍କ ଲାଳନ ପାଳନ ଦାୟିତ୍ବ ନିଏ ନାହିଁ, ତା’ହେଲେ ସେମାନେ ପାଇଥିବା ଶିକ୍ଷା ଓ ସଂସ୍କାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ତା’ର ନାହିଁ।

ଅନ୍ୟପକ୍ଷରେ ଏସବୁ ଅଭିଯୋଗ ଉପରେ ଜବାବ ରଖିଛନ୍ତି କୁମାର ସାନୁ। ସେ କହିଛନ୍ତି, ପ୍ରଥମ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ମୁଁ ମୋର ପ୍ରଥମ ଘରଟିକୁ ତାଙ୍କୁ ଦେଇଥିଲି। ରୀତା ଛୁଆମାନଙ୍କ ଲାଳନପାଳନ ଏକୁଟିଆ କରିଥିଲେ। କାରଣ କୋର୍ଟ ଛୁଆଙ୍କ ଦାୟିତ୍ବ ତାଙ୍କୁ ହିଁ ଦେଇଥିଲେ।

ସେ ଆହୁରି କହିଛନ୍ତି, ଜାନ୍ ପାଇଁ ମୁଁ ଇଣ୍ଡଷ୍ଟ୍ରୀର ଅନେକ ପ୍ରଡ୍ୟୁସରଙ୍କ ସହିତ କଥା ହୋଇଛି। କିନ୍ତୁ ପରେ ତାଙ୍କୁ କାମ ମିଳିଲା ନାହିଁ। ମୁଁ ଜାନଙ୍କୁ ମୋର ଅନେକ ଲାଇଭ୍ ପ୍ରୋଗ୍ରାମରେ ଗାଇବାକୁ ଅନୁମତି ଦେଇଛି। ମୋତେ ଲାଗୁଛି ସେ ତାଙ୍କ ନାଁ ବଦଳାଇ ଦେବା ଉଚିତ୍। ସେ ତାଙ୍କ ନାଁ ବଦଳାଇ ଜାନ୍ ରୀତା ଭଟ୍ଟାଚାର୍ଯ୍ୟ ରଖିବା ଉଚିତ୍। ମୁଁ ତାଙ୍କ ସଫଳତା ଦେଖି ଖୁସି ହେବି।

ସୂଚନାଯୋଗ୍ୟ, ‘ବିଗ୍ ବସ୍ ୧୪’ରେ ମରାଠୀ ଭାଷାକୁ ନେଇ ଜାନ୍ କୁମାର ସାନୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ କୁମାର ସାନୁ ଏକ ଭିଡିଓ ଜାରି କରି ସମସ୍ତଙ୍କୁ କ୍ଷମା ମାଗିଥିଲେ।

The post ବାପାଙ୍କ ନାଁରେ ଅଭିଯୋଗ ଆଣିଲେ ଜାନ୍, ସାନୁ ବି ଦେଲେ ଜବାବ appeared first on Odisha Reporter.



from Odisha Reporter https://ift.tt/3679XF9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages