ବୈତୁଲ: ମନ୍ଦିରରେ ପୂଜା କରୁଥିବା ବେଳେ ଘଟିଲା ଅଘଟଣ। ହଠାତ୍ ଟଳି ପଡ଼ିଲେ ପୂର୍ବତନ ବିଧାୟକ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ, ଯେଉଁଠାରେ ମନ୍ଦିରରେ ପୂଜା କରୁଥିବା ବେଳେ ପୂର୍ବତନ ବିଧାୟକ ବିନୋଦ ଡାଗାଙ୍କର ହୃଦଘାତରେ ପରଲୋକ ହୋଇଛି।
ପ୍ରତିଦିନ ଭଳି ଧନତେରାସ ଦିନ ବିନୋଦ ଡାଗା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ ପାର୍ଶ୍ଵନାଥଙ୍କ ପୂଜା କରିଥିଲେ। ଏହା ପରେ ସେ ପଶ୍ଚାତ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା ଲଗାଇବା ପରେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିଲେ। ତେବେ ପୂଜା ଶେଷ କରିବା ପରେ ସେ ଦାଦା ଗୁରୁଦେବଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରୁଥିବା ବେଳେ ତାଙ୍କ ଶରୀରର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ତଳେ ପଡ଼ିଯାଇଥିଲେ।
ଘଟଣା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବଡ଼ କଥା ହେଉଛି, ପୂର୍ବତନ ବିଧାୟକଙ୍କ ମୃତ୍ୟୁର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି।
ସେହିପରି କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା କୈଳାସ ସାରଙ୍ଗଙ୍କର ଦେହାନ୍ତ ହୋଇଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାରଙ୍ଗ ରାଜ୍ୟସଭାର ସଦସ୍ୟ ଥିଲେ।
The post ମନ୍ଦିରରେ ପୂଜା କରୁଥିବା ବେଳେ ଟଳି ପଡ଼ିଲେ ପୂର୍ବତନ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3pxiGIt
No comments:
Post a Comment