ତାରକିଶୋର ଏବଂ ରେଣୁ କୁମାରୀ ହେବେ ଉପମୁଖ୍ୟମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ତାରକିଶୋର ଏବଂ ରେଣୁ କୁମାରୀ ହେବେ ଉପମୁଖ୍ୟମନ୍ତ୍ରୀ !

ପାଟନା: ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏହାପୂର୍ବରୁ ବିଧାନସଭାରେ ବିଜେପି ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ କୁମାରୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ନୀତୀଶ କୁମାର ଆଜି ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହା ତାଙ୍କର ଚତୁର୍ଥ ପାଳି ରହିବ।

ସେହିପରି ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମୋଟ୍ ୧୪ ଜଣ ମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି। ଏହି ୧୪ ଜଣଙ୍କ ମଧ୍ୟରୁ ୬ଜଣ ଜେଡିୟୁ ବିଧାୟକ ଏବଂ ବିଜେପିର ୫ ଜଣ ଏବଂ ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି। ଏମାନେ ସମସ୍ତେ ଆଜି ନୀତୀଶଙ୍କ ସହ ଶପଥ ନେଇପାରନ୍ତି।

ସୂଚନାଯୋଗ୍ୟ, ବିହାର ନିର୍ବାଚନରେ ମୋଟ୍ ୨୪୩ ଆସନରୁ ଏନଡିଏକୁ ୧୨୫ଟି ଆସନ ମିଳିଥିବା ବେଳେ ମହାମେଣ୍ଟ (୧୦ଟି ଦଳ)କୁ ଏକାକୀ ୧୧୦ଟି ଆସନ ମିଳିଛି। ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛନ୍ତି। ମହାମେଣ୍ଟରେ ଆରଜେଡି, କଂଗ୍ରେସ ସମେତ ୧୦ଟି ଦଳ ରହିଛନ୍ତି।

The post ତାରକିଶୋର ଏବଂ ରେଣୁ କୁମାରୀ ହେବେ ଉପମୁଖ୍ୟମନ୍ତ୍ରୀ ! appeared first on Odisha Reporter.



from Odisha Reporter https://ift.tt/38MWxje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages