ମୁମ୍ୱାଇ : ବଲିଉଡ୍ ତଥା ଟେଲିଭିଜନ ଅଭିନେତ୍ରୀ ଗୁଲ ପନାଗ ନିଜର ଫିଟନେସ୍କୁ ନେଇ ସୋଶାଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ୱାର୍କ ଆଉଟ୍ କରୁଥିବା ସମୟରେ ଅନେକ ଫଟୋ ଓ ଭିଡିଓ ସେ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ପୋଷ୍ଟ ମଧ୍ୟ କରିଛନ୍ତି। ଏବେ ଗୁଲ୍ଙ୍କର ଏକ ୱାର୍କ ଆଉଟ୍ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଶାଢ଼ୀ ପିନ୍ଧି ପୁଶ୍ଅପ୍ସ୍ ମାରୁଛନ୍ତି। ଏହି ଭିଡିଓଟିକୁ ଫ୍ୟାନ୍ସ ପସନ୍ଦ କରିବା ଶାଢ଼ୀରେ ପୁଶ୍ଅପ୍ସ୍ ଶୈଳୀ ପାଇଁ ଗୁଲଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ଫିଟ୍ ରହିବା ପାଇଁ ସେଲେବ୍ରିଟି ଘଣ୍ଟା ଘଣ୍ଟା ଧରି ୱାର୍କ ଆଉଟ୍ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ଗୁଲ ପନାଗ ଜଣେ। ଶାଢ଼ୀରେ ପୁଶ୍ଅପ୍ସ୍ କରୁଥିବା ସମୟର ଭିଡ଼ିଓଟିକୁ ଶେଆର୍ କରି ଗୁଲ ଲେଖିଛନ୍ତି, ‘ସବୁଠାରେ, ସବୁ ସମୟରେ…ଏହା ସହିତ ସେ ହାଜଟାଗ୍ରେ ସେଟ୍ ଲାଇଫ୍, ଆକ୍ଟର ଲାଇଫ୍, ରିଲସ୍, ରିଲ ହଟ୍ ପରି କ୍ୟାସପନ୍ ଦେଇଛନ୍ତି।’
View this post on Instagram
ଗୁଲ ସର୍ବଦା ତାଙ୍କର ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇଥା’ନ୍ତି। ଶାଢ଼ୀରେ ପୁଶ୍ଅପ୍ସ୍ କରି ସେ ପ୍ରମାଣ କରିଛନ୍ତି ଯେ କୌଣସି ପୋଷାକରେ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରାଯାଇପାରିବ।
ସୂଚନାଯୋଗ୍ୟ, ଗୁଲ ପନାଗଙ୍କୁ ଶେଷଥର ପାଇଁ ଫ୍ୟାମିଲି ମ୍ୟାନ୍ ୱେବ ସିରିଜ୍ରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍ରେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଆହୁରି ମଧ୍ୟ ସେ ଜୁର୍ମ, ଡୋର୍, ଧୁପ୍ ଓ ମନୋରମା ପରି ଫିଲ୍ମରେ କାମ କରିସାରିଛନ୍ତି।
The post ଶାଢ଼ୀରେ ପୁଶ୍ଅପ୍ସ୍ ମାରି ଚର୍ଚ୍ଚାରେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/2JgU9Xs
No comments:
Post a Comment