ତଳମୁହାଁ କରୋନା ଗ୍ରାଫ; ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ତଳମୁହାଁ କରୋନା ଗ୍ରାଫ; ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫୫୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୨୩୩ଟି ହେଉଛି ଲୋକାଲ୍ କେସ୍‌।

ଅନୁଗୋଳରୁ ସର୍ବାଧିକ ୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୫, ଭଦ୍ରକରୁ ୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୨, କଟକରୁ ୩୫ ଦେବଗଡ଼ରୁ ୭, ଢେଙ୍କାନାଳରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୧୩, କୋରାପୁଟରୁ ୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୪୦ ଓ ନବରଙ୍ଗପୁରରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ଏହି ୫୫୦ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ଼ରୁ ୨ ଜଣ ଥିବା ବେଳେ ନୂଆପଡ଼ାରୁ ୩୧ ଜଣ, ପୁରୀରୁ ୨୬, ରାୟଗଡ଼ାରୁ ୨, ସମ୍ବଳପୁରରୁ ୩୭, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୪୭ ଜଣ ଅଛନ୍ତି। ଷ୍ଟେଟ୍‌ପୁଲ୍‌ରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୦୯,୭୪୭ ଜଣ ସୁସ୍ଥ ହୋଇସାରିଛନ୍ତି। ୬,୨୫୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି କରୋନାରେ ରାଜ୍ୟରେ ୧୭୩୦ ଜଣଙ୍କ ମୃତ୍ୟୁ ଘଟିସାରିଛି।

The post ତଳମୁହାଁ କରୋନା ଗ୍ରାଫ; ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3mfRprL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages