ସୁନା ଲୁଟିବାକୁ ଆସି ବାପ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

ସୁନା ଲୁଟିବାକୁ ଆସି ବାପ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବାପ ପୁଅଙ୍କଠାରୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଉଭୟଙ୍କୁ ଖଣ୍ଡାରେ ହାଣିବା ସହ ବୋମା ଫିଙ୍ଗିଛନ୍ତି କଳାମୁଖା ପିନ୍ଧା ଦୁବୃର୍ତ୍ତ । । ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ। ଗୁରୁତର ବାପ ପୁଅ ହେଉଛନ୍ତି  ଦେବେନ୍ଦ୍ର ପାତ୍ର ଓ ତାଙ୍କ ପୁଅ ମଧୂସୁଦନ ପାତ୍ର।

ସୂଚନାଯୋଗ୍ୟ, ଗତ ରାତିରେ ପୁଅ ମଧୂସୁଦନ ସହ ଦେବେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ନିଜେ ଏକ ବ୍ୟାଗରେ କିଛି ଅଳଙ୍କାର ଧରିଥିଲେ । ଏହି ସମୟରେ କେତେଜଣ  ଦୁର୍ବୃତ୍ତ ଏକ କଳା ପଲସରରେ ମୁଖା ପିନ୍ଧି ଆସି ଅଳଙ୍କାର ବ୍ୟାଗକୁ ଝାମ୍ପିନେବାକୁ ଚେଷ୍ଟା କରିଥିଲେ । ମାତ୍ର ମଧୁସୂଦନ ବ୍ୟାଗ୍‌ଟି ନ ଛାଡ଼ିବାରୁ ସେମାନେ  ତାଙ୍କ ଉପରକୁ ଏକ ବୋମା ବି ଫିଙ୍ଗିଥିଲେ । ତାହା ଫୁଟି ନ ଥିବାବେଳେ ଖଣ୍ଡାରେ ଉଭୟଙ୍କୁ ଆକ୍ରମଣ କରିବା ସହ ଲୁଟିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ ।

ତେବେ ବାପ ଓ ପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା କ୍ଷଣି ଦୁର୍ବୃତ୍ତମାନେ ବସଷ୍ଟାଣ୍ଡ ଦେଇ ଚମ୍ପଟ ମାରିଥିଲେ । ଉଭୟ ବାପା ଓ ପୁଅକୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦିଗପହଣ୍ଡି ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି ।

The post ସୁନା ଲୁଟିବାକୁ ଆସି ବାପ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3m1oFTw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages