କ୍ୟାବିନେଟ୍‌ ପାଇଁ ସଦସ୍ୟ ବାଛିଲେ ବାଇଡେନ, ଜାକେ ସୁଲ୍ଲିଭାନ ନୂଆ ଏନଏସଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

କ୍ୟାବିନେଟ୍‌ ପାଇଁ ସଦସ୍ୟ ବାଛିଲେ ବାଇଡେନ, ଜାକେ ସୁଲ୍ଲିଭାନ ନୂଆ ଏନଏସଏ

ୱାଶିଂଟନ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ ତାଙ୍କ କ୍ୟାବିନେଟର ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୂର୍ବତନ ବିଦେଶ ନୀତିର ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନଙ୍କୁ ତାଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀମାନେ ଦାୟିତ୍ୱ ଦେଇଛନ୍ତି।

ସେହିପରି ବାଇଡେନ୍ ଆମେରିକାର ଉପରାଷ୍ଟ୍ରପତି ଥିବା ବେଳେ ତାଙ୍କ ସହ ସୁରକ୍ଷା ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜାକେ ସୁଲ୍ଲିଭାନଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ମିଳିଛି। ସେ ଆମେରିକାର ନୂଆ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାବେ କାର୍ଯ୍ୟ କରିବେ। ନିଯୁକ୍ତି ପରେ ଜାକେ ସୁଲ୍ଲିଭାନ କହିଛନ୍ତି, ବାଇଡେନ ମୋତେ ବହୁତ ବଡ଼ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏନଏସଏ ଭାବରେ ଦେଶ ଯାହା ଚାହିଁବ, ସେ ସେଭଳି କାମ କରିବେ ବୋଲି କହିଛନ୍ତି।


ବାଇଡେନ କ୍ୟୁବାରେ ଜନ୍ମିତ ଆଇନଜୀବୀ ଆଲେଜାଣ୍ଡ୍ରୋ ମେରେକାସଙ୍କୁ ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗର ମୁଖ୍ୟ କରାଯାଇଛି। ମେରେକାସଙ୍କ ପରିବାର ଆମେରିକାରେ ଶରଣାର୍ଥୀ ଭାବରେ ରହି ଆସୁଛନ୍ତି। ପୂର୍ବତନ ସିଆଇଏର ଡେପୁଟି ଡାଇରେକ୍ଟର ଅଭରିଲ ହାଇନେସ ଆମେରିକାର ଜାତୀୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି। ପ୍ରଥମଥର ପାଇଁ ଜଣେ ମହିଳା ଏହି ପଦରେ ବସିବାକୁ ଯାଉଛନ୍ତି।

ଜାତିସଂଘରେ ଆମେରିକାର ଆମ୍ବାସାଡାର ଭାବେ ଏଣିକି ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ କାର୍ଯ୍ୟ କରିବେ ବୋଲି ବାଇଡେନ କହିଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀର ପାହ୍ୟା ମିଳିବ। ଆମେରିକା ପୂର୍ବତନ ମୁଖ୍ୟ କୂଟନୀତିଜ୍ଞ ଜନ କେରୀଙ୍କୁ ସ୍ୱତନ୍ତ୍ର ପରିବେଶ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ମିଳିଛି। ବାଇଡେନଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ସମସ୍ତ ସଦସ୍ୟ ୨୦୦୯ରୁ ୨୦୧୭ ଯାଏ ଓବାମା-ବାଇଡେନ ପ୍ରଶାସନରେ କାର୍ଯ୍ୟ କରି ସାରିଛନ୍ତି।

The post କ୍ୟାବିନେଟ୍‌ ପାଇଁ ସଦସ୍ୟ ବାଛିଲେ ବାଇଡେନ, ଜାକେ ସୁଲ୍ଲିଭାନ ନୂଆ ଏନଏସଏ appeared first on Odisha Reporter.



from Odisha Reporter https://ift.tt/3kVgxCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages