ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୨ ଭାଇ ଆଖି ବୁଜିଲେ। ଏପରି ଅଭାବନୀୟ ଘଟଣା ସମ୍ବଲପୁର ବୁର୍ଲା ସେଣ୍ଟ୍ରାଲ ଲାଇନ୍ ଅଞ୍ଚଳରେ ଘଟିଛି। ଏହି ଆକ୍ରମଣ ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣ କାରଣ ଅସ୍ପଷ୍ଟ ରହିଛି।
The post ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ୨ ଭାଇ appeared first on Odisha Reporter.
from Odisha Reporter https://ift.tt/2UeRyQ1
No comments:
Post a Comment