୫୯ଟି ବିଧାନସଭା ଉପନିର୍ବାଚନରେ କିଏ ହାତେଇଲା ସର୍ବାଧିକ ଆସନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

୫୯ଟି ବିଧାନସଭା ଉପନିର୍ବାଚନରେ କିଏ ହାତେଇଲା ସର୍ବାଧିକ ଆସନ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସହିତ ୧୧ଟି ରାଜ୍ୟର ୫୯ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।  ୫୯ଟି ଆସନ ମଧ୍ୟରୁ ବିଜେପି ୪୦ଟିରେ ବିଜୟୀ ହୋଇଛି। ଏଥିରେ ମଧ୍ୟପ୍ରଦେଶର ୨୮ଟି ଆସନ ମଧ୍ୟରୁ ବିଜେପି ୧୯ଟି ଆସନରେ ବିଜୟୀ ହୋଇଛି। ଏଥିସହ ଗୁଜୁରାଟର ସମସ୍ତ ଆଠଟି ଆସନରେ ବିଜେପି ବିଜୟୀ ହୋଇଛି।

ଫେବୃଆରୀରେ ଜେଡି (ୟୁ) ସାଂସଦ ବୈଦ୍ୟନାଥ ପ୍ରସାଦଙ୍କ ଦେହାନ୍ତ ପରେ ବାଲ୍ମିକୀ ନଗର ଲୋକସଭା ଆସନରେ ଉପ ନିର୍ବାଚନ ହୋଇଥିଲା। ଜେଡି (ୟୁ) ପ୍ରାର୍ଥୀ ସୁନୀଲ କୁମାର ଏହି ଆସନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି।

ଗୁଜୁରାଟ ଉପ ନିର୍ବାଚନରେ ​​ବିଜେପି ସମସ୍ତ ୮ଟି ଯାକ ଆସନରେ ବିଜୟୀ ହୋଇଛି।  ୟୁପି ଉପ ନିର୍ବାଚନରେ ​​ମଧ୍ୟ ବିଜେପି ୭ଟି ସିଟ୍ ମଧ୍ୟରୁ ୬ଟି ଜିତିବାରେ ସଫଳ ହୋଇଛି। ଏସପି ଗୋଟିଏ ଆସନରେ ବିଜୟୀ ହୋଇଛି। ସେହପରି କର୍ଣ୍ଣାଟକରେ ବିଜେପି ଦୁଇଟି ଆସନରେ ବିଜୟୀ ହାସଲ କରିଛି।

ମଣିପୁରର ୫ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ୪ଟି ଆସନରେ ବିଜୟୀ ହୋଇଛି। ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକ, ଝାଡଖଣ୍ଡ, ନାଗାଲାଣ୍ଡରେ ୨-୨ ଟି ଆସନରେ ଉପନିର୍ବାଚନ ହୋଇଥିଲା। କର୍ଣ୍ଣାଟକରେ ବିଜେପି ଉଭୟ ଆସନରେ ବିଜୟୀ ହୋଇଛି।

ଝାଡ଼ଖଣ୍ଡରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହୋଇଥିଲା ଏଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟୀ ହୋଇଛି। ନାଗାଲାଣ୍ଡର ଦୁଇଟି ଆସନରେ ଉପ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ଏନଡିପିପି ଗୋଟିଏ ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ବାଲେଶ୍ୱର ଏବଂ ତିର୍ତ୍ତୋଲରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି।

ତେବେ ତେଲେଙ୍ଗାନାରେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। ଟିଆରଏସ ବିଧାୟକଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ପଡିଥିଲା।ହରିଆଣାରେ ଜାଟ୍ ପ୍ରାଧାନ୍ୟ ଆସନ କଂଗ୍ରେସ ଦଖଲ କରିଛି। ଛତିଶଗଡରେ ଅଜିତ ଯୋଗୀଙ୍କ ମୃତ୍ୟୁ ପରେ ଖାଲି ଥିବା ମାରୱାହି ଆସନ ଦୁଇ ଦଶନ୍ଧି ଧରି ତାଙ୍କ ପରିବାର ଦଖଲ କରିଥିଲେ। ଏବେ ଏହା କଂଗ୍ରେସ ହାତକୁ ଯାଇଛି।

The post ୫୯ଟି ବିଧାନସଭା ଉପନିର୍ବାଚନରେ କିଏ ହାତେଇଲା ସର୍ବାଧିକ ଆସନ? appeared first on Odisha Reporter.



from Odisha Reporter https://ift.tt/2K0jzcp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages