ଶପଥ ନେଲେ ବିଜୟ ଶଙ୍କର ଓ ସ୍ୱରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଶପଥ ନେଲେ ବିଜୟ ଶଙ୍କର ଓ ସ୍ୱରୂପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶପଥ ନେଲେ  ତିର୍ତ୍ତୋଲ ଓ ବାଲେଶ୍ୱର ସଦରର ନବନିର୍ବାଚିତ ବିଧାୟକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ  ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କୁ ଶପଥ ପାଠ କରାଇଲେ । ଆସନ୍ତା ୨୦ ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।

ସୂଚନାଯୋଗ୍ୟ, ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନରେ ବାଜିମାତ୍ କରିଥିଲା ବିଜେଡି । ବିଜେଡି ନିଜର ପାରମ୍ପରିକ ବାଲେଶ୍ୱର ଆସନକୁ ବିଜେପିଠୁ ଛଡ଼ାଇ ଆଣିଥିବାବେଳେ ତିର୍ତ୍ତୋଲରେ ନିଜର ଗଡ଼ ବଜାୟ ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟର ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ।।

ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହୋଇଥିଲା।୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଦାସ ୪୦୩୮୬ଖଣ୍ଡ ଭୋଟରେ ବିଜୟୀ ହୋଇଥିବାବେଳେ ତାଙ୍କ ପୁଅ ଚଳିତ ଉପନିର୍ବାଚନରେ ୪୧୭୦୩ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ଆସନରେ ବିଜେଡିକୁ ସର୍ବାଧିକ ୫୨.୯୧ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୭.୯୨% , କଂଗ୍ରେସକୁ ୧୭.୨୪ ପ୍ରତିଶତ ଭୋଟ୍ ମିଳିଥିଲା।

ସେହିପରି,ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩୩୫୧ଟି ଭୋଟରେ ପରାଜିତ କରିଥିଲଷ। ବିଜେଡିର ସ୍ୱରୂପଙ୍କୁ ମୋଟ୍ ୮୪୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ମାନସଙ୍କୁ ୭୦୭୪୬ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ  ଓ ବହୁଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ନିଜର ଅମାନତ ହରାଇଥିଲେ।

ସାମଗ୍ରିକ ଭାବେ ଏହି ଦୁଇଟି ଯାକ ଆସନ ବିଜେଡି ସପକ୍ଷରେ ଯାଇଥିବାବେଳେ ବିଜେଡିକୁ ମୋଟ ୫୨.୪୦%, ବିଜେପିକୁ ୩୫.୫୬%, କଂଗ୍ରେସକୁ ୧୦.୩୦% , ସିପିଆଇକୁ ୦.୩୪%, ନୋଟାକୁ ୦.୪୫% ଓ ଅନ୍ୟମାନଙ୍କୁ ୦.୯୬ ପ୍ରତିଶତ ଭୋଟ୍ ମିଳିଛି । ଉଭୟ ଆସନରେ ନଭେମ୍ବର ୩ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା।

The post ଶପଥ ନେଲେ ବିଜୟ ଶଙ୍କର ଓ ସ୍ୱରୂପ appeared first on Odisha Reporter.



from Odisha Reporter https://ift.tt/35IgV3n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages