ଦେଶ ହରାଇଲା ୧.୭ କୋଟି ମୋବାଇଲ ଗ୍ରାହକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଦେଶ ହରାଇଲା ୧.୭ କୋଟି ମୋବାଇଲ ଗ୍ରାହକ

ବେଙ୍ଗାଲୁରୁ: ଲକଡାଉନ୍ ବେଳେ ଦେଶର ମୋବାଇଲ ଗ୍ରାହକଙ୍କ ସଂଖ୍ୟା କମିଛି। ଏପ୍ରିଲରୁ ଜୁନ୍ ମଧ୍ୟରେ ହୋଇଥିବା ଲକଡାଉନ୍ ସମୟରେ ମୋବାଇଲ କମ୍ପାନୀମାନେ ୧.୭ କୋଟି ଗ୍ରାହକ ହରାଇଛନ୍ତି। ଲକଡାଉନ୍ ବେଳେ ସହରରେ ରହୁଥିବା ଲୋକମାନେ ଗାଁକୁ ପଳାଇ ଆସିବାରୁ ଏଭଳି କ୍ଷତି ହୋଇଛି ବୋଲି ଜଣାପଡ଼ିଛି। ହେଲେ ଗାଁରେ ମୋବାଇଲ୍ ଗ୍ରାହକଙ୍କ ରିଚାର୍ଜ ମଧ୍ୟ କମିଯାଇଥିବା ଟେଲିକମ ରେଗୁଲେଟରୀ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ) କହିଛି।

ଟ୍ରାଇର ରିପୋର୍ଟ ଅନୁଯାୟୀ ଜୁଲାଇରେ ଗାଁରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲା ହେଲେ ଅଗଷ୍ଟରେ ଏହି ସଂଖ୍ୟା କମିଥିଲା ବୋଲି ଜଣାପଡ଼ିଛି। କାଉଣ୍ଟର ପଏଣ୍ଟର ଗବେଷକ ତଥା ଉପସଭାପତି ନେଲ୍ ଶାହ କହିଛନ୍ତି, ଲକଡାଉନ୍ ବେଳେ ଅଧିକାଂଶ ଲୋକେ ଗାଁ ପଳାଇଆସିଥିଲେ। ଅନ୍ୟପଟେ ରୋଜଗାର ମଧ୍ୟ କମିଥିଲା। ତେଣୁ ଅନେକ ନିଜ ନିଜ ମୋବାଇଲ୍ ରିଚାର୍ଜ କରୁନଥିଲେ। କାରଣ ସମସ୍ତେ ଘରେ ଏକାଠି ଥିଲେ। ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନେ ହିଁ ରିଚାର୍ଜ କରିବା ବନ୍ଦ କରି ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସେପ୍ଟେମ୍ୱର ପରଠୁ ଗ୍ରାହକ ସଂଖ୍ୟା ବଢ଼ିବ ବୋଲି ସେ ଆଶା ରଖିଛନ୍ତି।

ଟ୍ରାଇର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସ ଶେଷ ବେଳକୁ ଲକଡାଉନ୍ ହୋଇଥିଲା। ଏହି ସମୟରେ ୧୧୫.୭ କୋଟି ମୋଟ୍ ମୋବାଇଲ୍ ଗ୍ରାହକ ଥିଲେ। ଏହାପରେ କିନ୍ତୁ ଜୁନ୍ ମାସ ବେଳକୁ ୧.୭ କୋଟି ଗ୍ରାହକ କମି ଏହି ସଂଖ୍ୟା ୧୧୪ କୋଟି ହୋଇଥିଲା। ଜୁନରେ ଏହି ସଂଖ୍ୟା ୧୧୪.୪ କୋଟି ଥିବା ବେଳେ ଜୁଲାଇରେ ଏହି ସଂଖ୍ୟା ୧୧୪.୭ କୋଟି ଥିଲା। ଏହାପର ମାସ ଅଗଷ୍ଟର ରିପୋର୍ଟ ଟ୍ରାଇ ଜାରି କରିନାହିଁ।

ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଶରେ ଜିଓର ଗ୍ରାହକ ସଂଖ୍ୟା ୩୩.୪୭ ପ୍ରତିଶତ ଥିବା ବେଳେ ଜୁନ ବେଳକୁ ଏହା ୩୪.୮ ପ୍ରତିଶତ ଥିଲା। ସେହିପରି ଏୟାରଟେଲ୍ ପାଖରେ ୨୮.୩୧ ପ୍ରତିଶତ ଥିବା ବେଳେ ଜୁନ୍ ବେଳକୁ ୨୭.୭୬ ପ୍ରତିଶତ ଥିଲା। ଭୋଡାଫୋନ୍ ୨୭.୫୧ରୁ ୨୬.୭୫ ପ୍ରତିଶତ ହୋଇଥିଲା। ସେହିପରି ବିଏସଏନଏଲ ୧୦.୩୫ରୁ ୧୦.୩୭ ପ୍ରତିଶତ ହୋଇଥିଲା। ତେବେ ଅଗଷ୍ଟରେ ଜିଓ, ଏୟାରଟେଲ୍ ଏବଂ ବିଏସଏନଏଲ ମିଶି ୩୭ ଲକ୍ଷ ଗ୍ରାହକ ପାଇଥିଲେ। ହେଲେ ଭୋଡାଫୋନ୍ ୧୨ ଲକ୍ଷ ଗ୍ରାହକ ହରାଇଥିଲା।

The post ଦେଶ ହରାଇଲା ୧.୭ କୋଟି ମୋବାଇଲ ଗ୍ରାହକ appeared first on Odisha Reporter.



from Odisha Reporter https://ift.tt/32WDoYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages