ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା ଆହତକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗିରହିଛି। ରୋହିତ୍ କ’ଣ ସତରେ ଆହତ ଅଛନ୍ତି। ଯଦି ଆହତ ଅଛନ୍ତି, ତାହେଲେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ କେମିତି ଖେଳିଲେ? ଯଦି ଆହତ ନାହାନ୍ତି, ତାହେଲେ ଅଷ୍ଟ୍ରେଲିଆ ଟୁରରୁ କାହିଁକି ବାଦ୍ ପଡ଼ିଲେ। ଆହତ କାରଣରୁ ଆଇପିଏଲର ୪ଟି ମ୍ୟାଚରୁ ବାଦ୍ ପଡ଼ିଥିଲେ। ଏହି କାରଣରୁ ମଧ୍ୟ ରୋହିତ୍ ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ୍ ପଡ଼ିଛନ୍ତି। କିନ୍ତୁ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଇଦାନକୁ ଓହ୍ଲାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସମସ୍ତେ ଭାବୁଥିଲେ ବୋଧହୁଏ, ରୋହିତ ଆଉ ଚଳିତ ଆଇପିଏଲରେ ଖେଳିବେ ନାହିଁ। କିନ୍ତୁ ସମସ୍ତଙ୍କ ଅନୁମାନକୁ ଭୁଲ୍ ପ୍ରମାଣିତ କରିଛନ୍ତି ରୋହିତ୍।
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଛିଦିନ ତଳେ ରୋହିତଙ୍କ ଆହତକୁ ନେଇ ଅପଡେଟ୍ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ରୋହିତ୍ ଭାରତୀୟ ଦଳର ଭାଇସକ୍ୟାପଟେନ୍। ତେଣୁ ତାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ନିଶ୍ଚୟ ଦଳ ପାଇଁ କ୍ଷତି ହେବ। ଗାଙ୍ଗୁଲି ଆହୁରି କହିଥିଲେ ଯେ ରୋହିତଙ୍କୁ ନିଜ ଆହତ ପ୍ରତି ସତର୍କ ରହିବାକୁ ପଡ଼ିବ। ତାଙ୍କ ମାଂସପେଶୀରେ ପୁନର୍ବାର ଆଘାତ ଲାଗିପାରେ। ଯଦି ତାଙ୍କୁ ପୁଣିଥରେ ଆଘାତ ଲାଗେ, ତାହେଲେ ଟିମକୁ ଫେରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ।
ଏହି ଆହତ କାରଣ ପାଇଁ ଚୟନକର୍ତ୍ତା ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରିନଥିଲା। ହେଲେ ଯେଉଁଦିନ ଟିମ୍ ଚୟନ ହେଲା, ସେହିଦିନ ମୁମ୍ବାଇ ଇଣ୍ଡିଆନ୍ସ ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲା। ଏହି ଭିଡିଓରେ ରୋହିତଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବାରୁ ଦେଖିବାକୁ ମିଳିଥିଲା। ଯାହା ପରେ ଅନେକ ପ୍ରଶ୍ନ ଉଠିଥିଲା।
ଗାଙ୍ଗୁଲିଙ୍କ ଭଳି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋହିତଙ୍କ ଆହତକୁ ନେଇ ଶାସ୍ତ୍ରୀ କହିଥିଲେ, ରୋହିତଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଛି। ଯେଉଁକାରଣରୁ ତାଙ୍କୁ କମବ୍ୟାକ୍ କରିବା ପାଇଁ ଅଧିକ ସମୟ ଲାଗିପାରେ। ଟିମ୍ ଇଣ୍ଡିଆ ଫିଜିଓ ନୀତୀନ ପଟେଲ ରୋହିତଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି।
ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ସମୟରେ ରୋହିତଙ୍କୁ ତାଙ୍କ ଫିଟନେସ ସ୍ଥିତି ଉପରେ ପଚରାଯାଇଥିଲା। ଜବାବରେ ରୋହିତ୍ କହିଥିଲେ ଯେ ଏବେ ମୁଁ ଠିକ୍ ଅଛି। କିନ୍ତୁ ମ୍ୟାଚରେ ରୋହିତ୍ କିଛି ଖାସ୍ କରିପାରିନଥିଲେ। ରୋହିତ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ରୋହିତ୍ ଅନଫିଟ୍ ଅଛନ୍ତି, ତାହେଲେ ଆଇପିଏଲରେ କିପରି ଖେଳୁଛନ୍ତି।
The post ଗାଙ୍ଗୁଲିଙ୍କ ପରାମର୍ଶ ମାନିଲେନି ରୋହିତ୍! appeared first on Odisha Reporter.
from Odisha Reporter https://ift.tt/3jPvCFy
No comments:
Post a Comment