ବଲିଉଡର ନାମୀ ପ୍ରଯୋଜକଙ୍କ ଘରେ ଏନସିବିର ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ବଲିଉଡର ନାମୀ ପ୍ରଯୋଜକଙ୍କ ଘରେ ଏନସିବିର ଚଢ଼ାଉ

ମୁମ୍ବାଇ:ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଗତ କାଲି ବିଳମ୍ବିତ ରାତିରେ ଏନସିବି ଚଢ଼ାଉ ପରେ ୬ କେଜି ମାରିଜୁଏନା ଓ ମେଫେଡ୍ରୋନ୍ ତଥା ନଗଦ ଟଙ୍କା ଜବତ କରିଥିବା ବେଳେ ୫ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଜେରା ବେଳେ ସନ୍ଦିଗ୍ଧମାନଙ୍କଠାରୁ ଅନେକ କିଛି ତଥ୍ୟ ହାସଲ କରିଛି ଏନସିବି।

ବିଳମ୍ବିତ ରାତିର କାର୍ଯ୍ୟାନୁଷ୍ଠାନରେ ବଲିଉଡର ଜଣେ ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଥିଲା। ଏନେଇ ଏନସିବି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକ ତଥ୍ୟ ମିଳିପାରି ନାହିଁ।

ଗତ ମାସ ଏନସିବି ଡ୍ରଗ୍ସ କିଣିବା ଅଭିଯୋଗରେ ଜଣେ ଟିଭି ତାରକାଙ୍କୁ ଗିରଫ କରିଥିଲା। ଏନସିବି ଅଧିକାରୀଙ୍କ ସୂଚନା ମୁତାବକ, ମୁମ୍ବାଇରେ ଜଣେ ୩୦ ବର୍ଷୀୟା ଟିଭି ଅଭିନେତ୍ରୀଙ୍କୁ ଡ୍ରଗ୍ସ କିଣୁଥିବା ଅଭିଯୋଗରେ ଗିରଫ କରିଛି।

ପ୍ରକାଶ ଥାଉ କି, ଡ୍ରଗ୍ସ ଲିଙ୍କ୍ ତଦନ୍ତ ନେଇ ବଲିଉଡର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଜେରା କରିସାରିଛି। ଏହି କ୍ରମରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍, ରକୁସ ପ୍ରୀତ ସିଂହଙ୍କ ଭଳି ଟପ୍ ଅଭିନେତ୍ରୀଙ୍କୁ ଏନସିବି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି।

The post ବଲିଉଡର ନାମୀ ପ୍ରଯୋଜକଙ୍କ ଘରେ ଏନସିବିର ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/2IdIg3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages