ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଲାଲ ଗଡ଼ରେ ପୁଲିସ ଡିଜି। ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୁଲିସ ଡିଜି ଅଭୟ। ସେ ଆଜି ଲାଲଗଡ଼ର ଗୋରାସେତୁ ବିଏସଏଫ୍ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧିର ସମୀକ୍ଷା କରିଛନ୍ତି। ତାଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି।
ଡିଜିପି ସ୍ୱାଭିମାନ ଅଂଚଳ ବାସୀଙ୍କୁ ପାଠ ଉପକରଣ, ଲୁଗା, କମ୍ବଳ ଓ ପିଲାଙ୍କ ନିମନ୍ତେ ପୋଷାକ ସ୍କୁଲ ବେଗ ବାଣ୍ଟିଥିଲେ। ଏହାପରେ ବିଏସଏଫ୍ କ୍ୟାମ୍ପ୍ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିବା ପରେ, ବିଏସଏଫ୍, ଏସଓଜି, ଡିଭିଏଫ୍ ଯବାନଙ୍କ ସହ ବୈଠକ କରିଥିଲେ।
ଗତ କିଛି ଦିନ ଧରି ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଅଞ୍ଚଳରେ ମାଓ ଅପରେସନକୁ ଜୋରଦାର କରାଯାଇଛି। ଦିନକ ତଳେ ପଶ୍ଚିମାଞ୍ଚଳ ଡିଆଇଜି ଓ ମାଲକାନଗିରି ଏସପି ଗୋରାସେତୁ ବିଏସଏଫ୍ କ୍ୟାମ୍ପକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ।
ଏହାପୂର୍ବରୁ ଗତକାଲି ସ୍ୱାଭିମାନ ଅଞ୍ଚଳକୁ ଆକାଶମାର୍ଗରେ ପଇଁତରା ମାରିଥିଲା ବାୟୁସେନାର ହେଲିକପ୍ଟର। ଆକାଶ ମାର୍ଗରୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲା। ମାଓ ଦମନ ନେଇ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଆରମ୍ଭ ହୋଇଛି।
The post ଚିତ୍ରକୋଣ୍ଡାରେ ଡିଜିପିଙ୍କ ମାଓ ଗତିବିଧି ସମୀକ୍ଷା appeared first on Odisha Reporter.
from Odisha Reporter https://ift.tt/2Ia8btn
No comments:
Post a Comment