ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ, ଆଜି ଫାଇନାଲ ହେବ ଡିଜାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ, ଆଜି ଫାଇନାଲ ହେବ ଡିଜାଇନ୍

ପୁରୀ(ଓଡ଼ିଶା ରିପୋର୍ଟର): ଉତ୍କଳୀୟ ପରମ୍ପରା, ସଂସ୍କୃତିର ଝଳକ ଦେଖିବାକୁ ମିଳିବ ଶ୍ରୀମନ୍ଦିରର ନୂଆ ୮ଟି  ଦ୍ୱାରରେ। ତେବେ ଚୂଡ଼ାନ୍ତ ଡିଜାଇନ୍ କିପରି ହେବ ସେ ନେଇ ଏ  ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନି । ଯାହାକୁ ନେଇ ଆଜି ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ଏହି ବୈଠକରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ରାଜ୍ୟର କିଛି ଶିଳ୍ପୀ, ଚିତ୍ରକରଙ୍କ ସହ ଆଲୋଚନା ହୋଇଛି।

ବର୍ମା ଶାଗୁଆନ କାଠରେ ନିର୍ମିତ ହେବ ରୁପା ଦ୍ୱାର। ପ୍ରଥମେ ସାତ ପାହାଚ ଦ୍ୱାରର ନିର୍ମାଣ କାର୍ଯ୍ୟ କରାଯିବ । ଏହାପରେ ଆଗାମୀ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବେହେରଣ ଦ୍ୱାର,  ଜୟବିଜୟ ଓ କଳାହାଟ ଦ୍ୱାର ନିର୍ମାଣ କରାଯାଇ ଲଗାଯିବ । ଏହାସହ କଳାହାଟ ଦ୍ୱାରରେ ସୁନାର ଚାଦର ପକାଇବା ପାଇଁ ଅନେକ ସେବାୟତ ପ୍ରସ୍ତାବ ରଖିଛନ୍ତି ।

ପ୍ରତିଟି ଦ୍ୱାର ବର୍ମା ଶାଗୁଆନ କାଠରେ ନିର୍ମାଣ ହେବାକୁ ଥିବା ବେଳେ ଏହାର ମୋଟେଇ ୪ ଇଞ୍ଚ ରହିବ।   ଶ୍ରୀମନ୍ଦିରର ଜୟବିଜୟ , କଳାହାଟ, ବେହରଣ ସହ ମହାଲକ୍ଷ୍ମୀ ମନ୍ଦିର ଗର୍ଭଦ୍ୱାର, ବିମଳା ମନ୍ଦିର ଗର୍ଭ ଦ୍ୱାର, ସାତପାହାଚ, ନୃସିଂହ ମନ୍ଦିର ଦ୍ୱାର ଏବଂ ପଶ୍ଚିମ ଭୋଗମଣ୍ଡପ  ଦ୍ୱାର ରୁପାରେ ଛାଉଣୀ ହେବ ।

The post ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ, ଆଜି ଫାଇନାଲ ହେବ ଡିଜାଇନ୍ appeared first on Odisha Reporter.



from Odisha Reporter https://ift.tt/38pAS0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages