ଏନସିଆରରେ ବାଣ ଫୁଟେଇବା ଓ ବିକ୍ରି ସମ୍ପୂର୍ଣ୍ଣ ନିଷେଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଏନସିଆରରେ ବାଣ ଫୁଟେଇବା ଓ ବିକ୍ରି ସମ୍ପୂର୍ଣ୍ଣ ନିଷେଧ

ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ନ୍ୟାଶନାଲ କ୍ୟାପିଟାଲ ରିଜନ୍ ବା ଏନସିଆରରେ ମଧ୍ୟ ଲାଗିଲା ଦୀପାବଳି କଟକଣା। ନଭେମ୍ବର 9ରୁ 30ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟେଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ସୋମବାର ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବାୟୁ ପ୍ରଦୁଷଣ ସାଂଘାତିକ ସ୍ତରରେ ପହଞ୍ଚିବା ଏବଂ ଦୀପାବଳି ପରର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଦିଲ୍ଲୀ ଏବଂ ଏହାର ଆଖପାଖର ଜିଲ୍ଲାଗୁଡ଼ିକରେ ଏନଜିଟିର ଏହି ନିର୍ଦ୍ଦେଶ ଲାଗୁ ହେବ।

ସୂଚନାଯୋଗ୍ୟ, ଏନଜିଟି କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଦେଶର ଅନ୍ୟ ସହରଗୁଡ଼ିକରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ଟ୍ରିବ୍ୟୁନାଲଙ୍କ ମୁତାବକ, ଯେଉଁ ସହରରେ ପ୍ରଦୁଷଣର ସ୍ଥିତି ସାମାନ୍ୟ ରହିଛି। ସେଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ରାତି 8ରୁ 10 ପର୍ଯ୍ୟନ୍ତ ସବୁଜ ବାଣ ଫୁଟେଇପାରିବେ। ଏହାସହ ନବବର୍ଷରେ ମଧ୍ୟ ରାତି 12ଟାରୁ 12.30 ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇପାରେ ବୋଲି ଜଣାପଡ଼ିଛି।

ପ୍ରଦୁଷଣ ସ୍ଥିତି ଉପରେ ନଜର ରଖିବାକୁ ଏବଂ ଏନେଇ ସମ୍ପକ୍ତ କର୍ତ୍ତୃପକ୍ଷ ସୂଚନା ଦେବାକୁ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟର ସମସ୍ତ ପ୍ରଦୁଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଏହି ପରିପ୍ରେକ୍ଷୀରେ ଏନଜିଟି ଜରିମାନା ଲାଗୁ କରିବାକୁ ମଧ୍ୟ କହିଛନ୍ତି। ଯେଉଁ ଅଞ୍ଚଳରେ ନିୟମ ଲାଗୁ ହୋଇଛି, ସେଠାରେ ନିୟମ ଉଲ୍ଲଂଘନ କଲେ କଡ଼ା ଜରିମାନା ଆଦାୟ କରାଯିବ। ବାଣ ବିକ୍ରି କଲେ 10 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଉ ବାଣ ଫୁଟେଇଲେ 2 ହଜାର ଟଙ୍କା ଜରିମାନା ଦେବାକୁ ହେବ।

The post ଏନସିଆରରେ ବାଣ ଫୁଟେଇବା ଓ ବିକ୍ରି ସମ୍ପୂର୍ଣ୍ଣ ନିଷେଧ appeared first on Odisha Reporter.



from Odisha Reporter https://ift.tt/3eD9aP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages