ଚିରଞ୍ଜୀବୀଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ: ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ଆକ୍ରାନ୍ତ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆଜି ସକାଳେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ନିୟମ ଅନୁସାରେ ‘ଆଚାର୍ଯ୍ୟର ଶୁଟିଂ ପୂର୍ବରୁ କୋଭିଡ୍ ଟେଷ୍ଟ୍ କରାଇଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ୍ ଆସିଛି।’


ଚିରଞ୍ଜୀବୀ ଆହୁରି ଲେଖିଛନ୍ତି ଯେ ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ତେବେ ପଜିଟିଭ୍ ବାହାରିଥିବା ଯୋଗୁ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଚିରଞ୍ଜୀବୀ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ସେମାନଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତେବେ ଏହି ଫଟୋରେ ଉଭୟ ମାସ୍କ ପିନ୍ଧି ନଥିଲେ।

The post ଚିରଞ୍ଜୀବୀଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/2IfztPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages