ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲା ବନ୍ଦ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲା ବନ୍ଦ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ୱାଇ: ଇଣ୍ଟେରିଅର ଡିଜାଇନର ଅନଭୟ ନାୟକଙ୍କ ମୃତ୍ୟୁ ମାମଲା ବନ୍ଦ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ୨୦୧୮ ମସିହାରେ ଅନଭୟ ନାୟକ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍ ଛାଡ଼ି ଯାଇଥିଲେ। ଏଥିରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇ ଜଣ ତାଙ୍କ ବକେୟା ଟଙ୍କା ନଦେବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହି ତିନି ଜଣ ତାଙ୍କର ମୋଟ୍ ୫ କୋଟି ୪ ଲକ୍ଷ ଟଙ୍କା ବକେୟା ରଖିଥିଲେ।

ଏହି ମାମଲା ବନ୍ଦ ହୋଇଯାଇଥିଲା। ତେବେ ଏବେ ଏହା ପୁଣି ଖୋଲିଛି। ଅର୍ଣ୍ଣବ ଓ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେତେବେଳେ ଏହି ମାମଲାର ତଦନ୍ତ କରି ଏହାକୁ ବନ୍ଦ କରି ଦେଇଥିବା ପୁଲିସ୍ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଏହି ପୁଲିସ୍ ଅଫିସରଙ୍କ ନାଁ ସୁରେଶ ୱାରାଡେ। ଏହି ମାମଲାରେ ତାଙ୍କ ତଦନ୍ତରେ ରହିଥିବା ତ୍ରୁଟି ସଂପର୍କରେ ତଦନ୍ତ କରିବାକୁ ଖଲପୁର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ସଞ୍ଜୟ ଶୁକ୍ଳାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କୁ କୁହାଯାଇଛି।

ଆତ୍ମହତ୍ୟା କରିଥିବା ଅନଭୟ ନାୟକଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ ୱାରାଡେ ଏହି ମାମଲାର ତଦନ୍ତ ଠିକ୍ ଭାବେ କରି ନଥିଲେ ଏବଂ ତାଙ୍କ ପରିବାରର ବିନା ଅନୁମତିରେ ଅତି ସନ୍ଦେହ ଜନକ ଭାବେ ତରବରିଆ ଭାବେ ମାମଲା ବନ୍ଦ କରି ଦେଇଥିଲେ। ୱାରାଡେ ୨୦୧୮ ମେ’ ମାସରେ ମୁମ୍ବାଇର ଯୁଗ୍ମ ପୁଲିସ୍ କମିଶନରଙ୍କ ଅଫିସ୍‌ରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବୟାନ ରେକର୍ଡ କରିଥିଲେ। ସେ କାହିଁକି ଗୋସ୍ୱାମୀଙ୍କୁ ରାଇଗଡ଼ ଡାକି ନଥିଲେ ବୋଲି ସ୍ୱର୍ଗତ ଅନଭୟଙ୍କ ଝିଅ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୦୧୮ ଜୁନ୍ ମାସରେ ଅଲିବାଗ୍‌ରୁ ୱାରାଡେଙ୍କୁ ପୁଲିସ୍‌ର ଟ୍ରାଫିକ୍‌ ଶାଖାକୁ ବଦଳି ହୋଇଥିଲା। କିନ୍ତୁ କାହା ସ୍ୱାର୍ଥରେ ସେ ତଦନ୍ତ ଭାରା ଆଉ କାହାକୁ ହସ୍ତାନ୍ତର ନ କରି ନିଜେ କରୁଥିଲେ?

ଅନ୍ୟପକ୍ଷରେ ୱାରାଡ଼େ ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ତଦନ୍ତ ଚାଲିଛି। ତେଣୁ ମୁଁ କିଛି କହିବାଟା ଠିକ୍ ହେବ ନାହିଁ।

The post ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲା ବନ୍ଦ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2IgmZGU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages