କରଣଙ୍କ ନାଁରେ ମଧୁର ଆଣିଲେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

କରଣଙ୍କ ନାଁରେ ମଧୁର ଆଣିଲେ ଅଭିଯୋଗ

ମୁମ୍ବାଇ: ଗତ ସପ୍ତାହରେ କରଣ ଜୋହର ତାଙ୍କ ୱେବ୍ ରିଆଲିଟି ଶୋ’ ‘ଦ ଫ୍ୟାବୁଲସ୍ ଲାଇଭ୍‌ସ ଅଫ୍ ବଲିଉଡ୍ ୱାଇଭ୍‌ସ’ର ଟ୍ରେଲର ରିଲିଜ୍ କରିଥିଲେ। କିନ୍ତୁ ଏବେ ଏହାକୁ ନେଇ ବିବାଦ ଦେଖାଯାଇଛି। ବିବାଦର କାରଣ ହେଉଛି ଏହି ଶୋ’ର ଟାଇଟଲ। ଅନ୍ୟତମ ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଅଭିଯୋଗ କରିଛନ୍ତି ଯେ ତାଙ୍କ ଫିଲ୍ମର ଟାଇଟଲକୁ କରଣ ନେଇ ଯାଇଛନ୍ତି ଓ ନିଜ ଶୋ’ ପାଇଁ ବ୍ୟବହାର କରିଛନ୍ତି। ଏହା ସହିତ ତୁରନ୍ତ ଶୋ’ର ଟାଇଟଲ ବଦଳାଇ ଦେବା ପାଇଁ ସେ ଟ୍ୱିଟ୍ କରି କରଣଙ୍କୁ ଅନୁରୋଧ କରିଛନ୍ତି।

ମଧୁର ଟ୍ୱିଟ୍ କରି ଲେଖିଛନ୍ତି, ‘ପ୍ରିୟ କରଣ ଜୋହର, ଆପଣ ଓ ଅପୂର୍ବ ମେହତା ମୋତେ ୱେବ୍‌ ପାଇଁ ‘ବଲିଉଡ୍‌ ୱାଇଭ୍‌ସ’ର ଟାଇଟଲ୍ ମାଗିଥିଲ, ଯାହାକୁ ମୁଁ ଅଗ୍ରାହ୍ୟ କରି ଦେଇଥିଲି। କାରଣ ମୋ ପ୍ରୋଜେକ୍ଟର କାମ ଜାରି ରହିଛି। କିନ୍ତୁ ଆପଣ ଏହାକୁ ନେଇ ‘ଦ ଫ୍ୟାବୁଲସ୍ ଲାଇଭ୍‌ସ ଅଫ୍ ବଲିଉଡ୍ ୱାଇଭ୍‌ସ’ କରି ଦେଇଛନ୍ତି, ଯାହା ନୈତିକତା ଦୃଷ୍ଟିରୁ ଭୁଲ୍‌। ଦୟାକରି ମୋ ପ୍ରୋଜେକ୍ଟକୁ ନଷ୍ଟ କରନ୍ତୁ ନାହିଁ। ଟାଇଟଲ ବଦଳାଇବାକୁ ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି।’


ଏହା ସହିତ ଇଣ୍ଡିଆନ ମୋଶନ ପିକ୍ଚର୍ସ ପ୍ରୋଡ୍ୟୁସର୍ସ ଆସୋସିଏସନ୍ (ଆଇଏମ୍‌ପିପିଏ) ନିକଟରେ ମଧ୍ୟ କରଣଙ୍କ ନାଁରେ ମଧୁର ଅଭିଯୋଗ କରିଛନ୍ତି। ଆଇଏମ୍‌ପିପିଏ କହିଛି ଯେ କରଣଙ୍କ ଶୋ’ ପାଇଁ ସଂଘ ଟାଇଟଲ ଜାରି କରି ନାହିଁ। ମଧୁରଙ୍କ ଠାରୁ ଅଭିଯୋଗ ପାଇବା ପରେ ସଂଘ ଧର୍ମା ପ୍ରଡକ୍ସନ ଓ ନେଟ୍‌ଫ୍ଲିକ୍ସକୁ ଚିଠି ଲେଖି ଶୋ’ର ଟାଇଟଲ ବଦଳାଇବା ପାଇଁ କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏ ଘଟଣା ନେଇ କରଣ ଜୋହରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post କରଣଙ୍କ ନାଁରେ ମଧୁର ଆଣିଲେ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/35QjgcA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages