ସୋର (ଓଡ଼ିଶା ରିପୋର୍ଟର): ଷଣ୍ଢ ଉପରେ ମାଡ଼ିଗଲା ପଥର ବୋଝେଇ ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ୩ ଷଣ୍ଢଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବାଗୁଡି ଅଞ୍ଚଳରେ।
ସ୍ଥାନୀୟ ପଥର ଖାଦାନରୁ ପ୍ରତିଦିନ ଶହ ଶହ ଟ୍ରକ ଯାତାୟତ କରନ୍ତି। ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବସିଥିଲା, ଯାହା ଫଳରେ ଟ୍ରକଟି ରାସ୍ତା ପାର୍ଶ୍ଵରେ ଶୋଇଥିବା ୩ଟି ଷଣ୍ଢ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ୩ଟି ଯାକ ଷଣ୍ଢଙ୍କର ମୃତ୍ୟୁ ହୋଇଥିଲା।
ଏହା ପରେ ସ୍ଥାନୀୟ ଲୋକ ଟ୍ରକଟିକୁ ଅଟକାଇବା ସହ ରାସ୍ତା ରୋକ କରିବା ସହ ପ୍ରବଳ ଉତ୍ତେଜନା କରିଥିଲେ।
The post ଷଣ୍ଢ ଉପରେ ମାଡ଼ିଗଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3lOyCnn
No comments:
Post a Comment