ସାଲେପୁର ଘଟଣାରେ ଭିନ୍ନ ମୋଡ଼: ବିଧାୟକଙ୍କ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ଯୁବତୀଙ୍କ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

ସାଲେପୁର ଘଟଣାରେ ଭିନ୍ନ ମୋଡ଼: ବିଧାୟକଙ୍କ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ଯୁବତୀଙ୍କ ଭାଇ

ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗ ଭିନ୍ନ ମୋଡ଼ ନେଇଛି। ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ (ବଡ଼ବାପାଙ୍କ ପୁଅ)। ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭଉଣୀ ମିଛ କହୁଥିବା କହିଛନ୍ତି। ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଭାଇଙ୍କ କହିବା ମୁତାବକ, ସେ ନିଜେ ହିଁ ତାଙ୍କ ଉଉଣୀକୁ ବିଧାୟକଙ୍କ ସହ ଦେଖା କରି ମାମଲାର ସମାଧାନ କରିବାକୁ କହିଥିଲେ। ଏଥିରେ ବିଧାୟକଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଯୁବତୀଙ୍କ ଭାଇ କହିଛନ୍ତି। ଗତକାଲି ବିଧାୟକ ମଧ୍ୟ ଏହି ଘଟଣା ଭିତ୍ତିହୀନ ବୋଲି କହିଥିଲେ।

ଅନ୍ୟପକ୍ଷରେ ଯୁବତୀ ଜଣଙ୍କ କହିଛନ୍ତି ଯେ ତାଙ୍କ ଭାଇ ମିଛ କହୁଛନ୍ତି। ସେ ଭାଇ ନାଁରେ କଳଙ୍କ। ସେ ହିଁ ଫୋନ୍ କରି କହିଥିଲେ ଯେ ବିଧାୟକ ତାଙ୍କୁ ଏକୁଟିଆ ଭେଟିବାକୁ କହିଛନ୍ତି। ଏପରିକି ସଂପତ୍ତିକୁ ନେଇ ବିଧାୟକଙ୍କ ତତ୍ତ୍ୱାବଧାନରେ ସେମାନେ ତାଙ୍କୁ ହଇରାଣ କରୁଥିବା ନେଇ ସେ ଅନ୍‌ଲାଇନ୍‌ ଯୋଗେ ଥାନାରେ ପୁଣି ଏତଲା ଦେଇଥିବା କହିଛନ୍ତି।

ଯୁବତୀ ଜଣଙ୍କ ଆହୁରି କହିଛନ୍ତି ଯେ ଯଦି ବିଧାୟକ ଏକୁଟିଆ ଆସିବା କଥା କାହାକୁ କହି ନାହାନ୍ତି, ତା’ହେଲେ ସାମ୍ନାକୁ ଆସି ଏସବୁ ମନଗଢ଼ା ବୋଲି କୁହନ୍ତୁ ଓ ତାଙ୍କ ନାଁରେ ଏମିତି ପ୍ରଚାର କରିଥିବା ପିଲାଙ୍କୁ ଗିରଫ କରାନ୍ତୁ। ତା’ସହିତ ତାଙ୍କ ଜମି ସମସ୍ୟାର ସମାଧାନ କରାନ୍ତୁ।

ସୂଚନାଯୋଗ୍ୟ, ଯୁବତୀ ଜଣକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସାଲେପୁର ନିକଟ ଶିଶୁଆରେ ସଂପୃକ୍ତ ତାଙ୍କର ଏକ ଜମି ରହିଛି। ତେବେ ତାଙ୍କ ଜମିକୁ ମଡାଇ ଏକ ସରକାରୀ ପ୍ରକଳ୍ପ ତିଆରି ହେଉଥିବାରୁ ଏହା ବିରୋଧରେ ତାଙ୍କ ପରିବାର କୋର୍ଟକୁ ଯାଇଛନ୍ତି। ତେଣୁ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବିଧାୟକ ନିଜ କର୍ମୀଙ୍କ ଜରିଆରେ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଶିଶୁଆ ଅଫିସକୁ ଡାକୁଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ସେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ମଧ୍ୟ କହିଥିଲେ।

ପୁଲିସ୍ ଉଭୟ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

The post ସାଲେପୁର ଘଟଣାରେ ଭିନ୍ନ ମୋଡ଼: ବିଧାୟକଙ୍କ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ଯୁବତୀଙ୍କ ଭାଇ appeared first on Odisha Reporter.



from Odisha Reporter https://ift.tt/3pQRvZi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages