କଟକ (ଓଡ଼ିଶା ରିପୋର୍ଟର): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଆଣିଛନ୍ତି ଅଭିଯୋଗ। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ବର୍ଷା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘରୁ ତଡ଼ିଦେବାକୁ ଚକ୍ରାନ୍ତ କରାଯାଉଛି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଉଥିବା ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ପୁଲିସ୍ ଘରକୁ ଆସି ତଦନ୍ତ କରିବାକୁ ଦାବି କରିଛନ୍ତି।
ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତିଙ୍କ ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୬୦ ବର୍ଷ ତଳର ଘରର ମରାମତି ଆବଶ୍ୟକତା ରହିଛି। ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ପରସ୍ପର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ମାମଲା ଗୁଡ଼ିକ ବିଚାରାଧୀନ ଥିବା ବେଳେ ବର୍ଷା ଏବେବି ତାଙ୍କ ଶାଶୁଙ୍କ ଘରେ ରହୁଛନ୍ତି।
The post ଥାନାକୁ ଗଲେ ବର୍ଷା ଓ ତାଙ୍କ ଶାଶୁ appeared first on Odisha Reporter.
from Odisha Reporter https://ift.tt/351g0dH
No comments:
Post a Comment