ନୂଆଦିଲ୍ଲୀ: ଆୟୁର୍ବେଦରେ ପୋଷ୍ଟ ଗ୍ରାଜ୍ୟୁଏଟ କରିଥିବା ଡାକ୍ତରଙ୍କୁ କେନ୍ଦ୍ର ସରକାର ସର୍ଜରୀ ପାଇଁ ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଇଣ୍ଡିଆ ମେଡିକାଲ ଆସୋସିଏସନ(ଆଇଏମଏ) କଡ଼ା ବିରୋଧ କରିଛି। ଏହି ନିଷ୍ପତ୍ତି ମେଡିକାଲ ଶିକ୍ଷା ଓ ପ୍ରାଟିସର ଏକ ଖିଚିଡିଫିକେସନନ ବା ଦ୍ୱନ୍ଦ୍ୱାତ୍ମକ ମିଶ୍ରଣ ବୋଲି ଆଇଏମ ପକ୍ଷରୁ କୁହାଯାଇଛି।
ନଭେମ୍ବର ୨୦ରେ ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ(ସିସିଆଇଏମ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ କୁହାଯାଯାଇଥିଲା ଯେ ପାଥୋଲୋଜି ଡାକ୍ତରଙ୍କ ଭଳି ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ସାଧାରଣ ଅପରେସନ କରିପାରିବେ। ଆର୍ୟୁବେଦ ଡିଗ୍ରୀ ପ୍ରାପ୍ତ ଡାକ୍ତର ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ କରିପାରିବେ।
ବିଜ୍ଞପ୍ତି ଅନୁସାରେ, ଆର୍ୟୁବେଦରେ ପିଜିର ଶିକ୍ଷାର୍ଥୀଙ୍କୁ ଆଖି, ନାକ, କାନ, ଗଳା ସହିତ ଜେନେରାଲ ସର୍ଜରୀ କରିବାକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏଥିପାଇଁ ଇଣ୍ଡିଆନ ମେଡିସିନ ସେଣ୍ଟ୍ରାଲ କାଉନସିଲ(ପୋଷ୍ଟ ଗ୍ରାଜ୍ୟୁଏଟ ଆୟୁର୍ବେଦ ଏଡିକେସନ) ରେଗୁଲେସ ୨୦୧୬ରେ ସଂଶୋଧନ ମଧ୍ୟ କରାଯାଇଥିଲା।
ତେବେ ନଭେମ୍ବର ୨୨ରେ ଆଇଏମଏ ଏଭଳି ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛି। ଏଥିସହ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି।
The post ଆୟୁର୍ବେଦିକ ଡାକ୍ତରଙ୍କୁ ସର୍ଜରୀ ପାଇଁ ଅନୁମତି ପ୍ରସଙ୍ଗ: କେନ୍ଦ୍ରକୁ ଆଇଏମର କଡ଼ା ବିରୋଧ appeared first on Odisha Reporter.
from Odisha Reporter https://ift.tt/2KFmLKH
No comments:
Post a Comment