ଶିମଲା: ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମହିନ୍ଦ୍ରା ପିକ୍ ଅପ ଭ୍ୟାନଟି ରାତିରେ ଏକ ନାଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ହିମାଚଳ ପ୍ରଦେଶରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଣ୍ଡି ଜିଲ୍ଲାର ପୁଲଘରତ ନିକଟରେ ଥିବା ସୁକେତି ଖୁଦ ନାଳକୁ ପିକ ଅପଟି ଖସି ପଡ଼ିଥିଲା।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ମର୍ମନ୍ତୁଡ ସଡ଼କ ଦୁର୍ଘଟଣା ନେଇ ଟ୍ୱିଟ୍ କରିଛି। ମୃତକଙ୍କ ପରିବାର ପ୍ରତି ସରକାର ସମବେଦନା ଜଣାଇଥିବା ବେଳେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
हिमाचल प्रदेश के मंडी में सड़क हादसे की खबर से अत्यंत दुख हुआ है। सरकार राहत और बचाव कार्य में जुटी हुई है। इस दुर्घटना में मृतकों के परिजनों के प्रति गहरी संवेदना प्रकट करता हूं और घायलों के जल्द स्वस्थ होने की कामना करता हूं : PM @narendramodi
— PMO India (@PMOIndia) November 16, 2020
ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅନ୍ୟ ଦୁଇ ଜଣଙ୍କୁ ପାଖରେ ଥିବା ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ପୁଲିସ କହିଛି। ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ସୂଚନା ରହିଛି।
The post ନାଳକୁ ଖସି ପଡ଼ିଲା ପିକ୍ ଅପ୍, ୭ ମୃତ appeared first on Odisha Reporter.
from Odisha Reporter https://ift.tt/35xYlup
No comments:
Post a Comment