ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡ଼ୀ ଅକ୍ଷୟ କୁମାର ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରୁଛନ୍ତି। ନିକଟରେ ଦିୱାଲୀ ଅବସରରେ ଅକ୍ଷୟ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର ରିଲିଜ କରି ଏହା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ‘ରାମ ସେତୁ’ ବ୍ୟତୀତ ଅକ୍ଷୟଙ୍କୁ ଆଗକୁ ଆଉ ଏକ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ।

ଏହି ଫିଲ୍ମରେ ଅକ୍ଷୟଙ୍କୁ ଫିସ୍‌କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସୂଚନା ମିଳୁଛ ଯେ ଅକ୍ଷୟ ଏହି କମେଡ଼ି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଫିସ୍ ମାଗିଛନ୍ତି। ଜ୍ୟାକି ଭାଗ୍ନାନୀ ଏହି କମେଡ଼ି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଜ୍ୟାକି  ପୁର୍ବରୁ ଅକ୍ଷୟଙ୍କ ଫିଲ୍ମ ‘ବେଲ୍ ବଟମ୍’ର ମଧ୍ୟ ନିର୍ମାତା ଥିଲେ।

 

View this post on Instagram

 

A post shared by Akshay Kumar (@akshaykumar)

ସୂଚନା ଅନୁଯାୟୀ, ଫିଲ୍ମର ସ୍କ୍ରିପ୍କୁ ନେଇ ଆଲୋଚନା ଶେଷ ହୋଇ।ଯାଇଛି। ଅନ୍ୟପଟେ ଫିଲ୍ମର ପ୍ରଡକ୍ସନ୍ ବଜେଟ୍ ପ୍ରାୟ ୪୫ କୋଟି ହେଉଛି। ତେବେ ଫିଲ୍ମର ମୋଟ ବଜେଟ୍ ୧୫୦ କୋଟି ହୋଇଛି। ସୂଚନା ମୁତାବକ, ଅକ୍ଷୟ କୁମାର ମାତ୍ର ୪୫ ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଶେଷ କରିବେ। ତେବେ ଫିଲ୍ମର ବଜେଟ୍‌ର ଅଧାରୁ ଅଧିକ ଭାଗ ଏହାର ସେଟେଲାଇଟ୍, ଗୀତ ଏବଂ ଡିଜିଟାଲ୍ ରାଇଟ୍ସରୁ ହିଁ ଆୟ କରିନେବ।

ସୂଚନାନୁସାରେ, ଏହି ଫିଲ୍ମ ବକ୍ସ ଅଫିସରୁ ମାତ୍ର ୫୦ ରୁ୬୦ କୋଟି ଟଙ୍କା ସଂଗ୍ରହ କରିପାରିବ। ଆସନ୍ତା ବର୍ଷ ଜୁଲାଇରୁ ଫିଲ୍ମର ସୁଟିଂ ଆରମ୍ଭ ହେବ। ତେବେ ନିର୍ମାତାମାନେ ଫିଲ୍ମ ରିଲିଜ୍ ୨୦୨୨ରେ କରିବାକୁ ଯୋଜନା କରୁଛନ୍ତି।

The post ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ appeared first on Odisha Reporter.



from Odisha Reporter https://ift.tt/2UvkMdB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages