ଛାତରୁ ଖସି ପଡ଼ିଲେ ବିଚାରାଧୀନ କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଛାତରୁ ଖସି ପଡ଼ିଲେ ବିଚାରାଧୀନ କଏଦୀ

ଖୋର୍ଦ୍ଧା(ବଳରାମ ଲେଙ୍କା):  ପୁଲିସ୍‌ ହେପାଜତରେ ୨ ଯୁବକଙ୍କ ମୃତ୍ୟୁକୁ ନେଇ ଗତକାଲି ପୁରୀ ସମେତ  ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସହର ଅଶାନ୍ତ ହୋଇପଡ଼ିଥିବା ବେଳେ ପୁଣି ଏପରି ଏକ ଘଟଣା ସାମନାକୁ  ଆସିଛି। ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପକାରାଗାରରେ ଅଘଟଣ ଘଟିଛି । ଛାତରୁ ତଳେ ପଡ଼ି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାଁ ଶବୁନ୍ କୁସ୍କୁ ଓ ତାଙ୍କ ଘର ଆସାମରେ ।

ଶବୁନଙ୍କୁ  ଗତ ବୁଧବାର ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରୁ ଅଣାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ବାଲକୋନୀରୁ ତଳକୁ ଖସିପଡ଼ି ଗୁରୁତର ହୋଇପଡ଼ିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଜେଲ୍ କର୍ମଚାରୀ ତାଙ୍କୁ ବାଣପୁର ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ତେବେ ଶବୁନ କିପରି ଖସିଲେ ଓ ମୃତ୍ୟୁର ଅସଲ କାରଣ କ’ଣ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ବାଣପୁର ଥାନାରେ ଜେଲ୍ କର୍ତ୍ତୃପକ୍ଷ ଏକ ଏତଲା ଦେଇଛନ୍ତି। ପୁଲିସ୍ ‌ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

The post ଛାତରୁ ଖସି ପଡ଼ିଲେ ବିଚାରାଧୀନ କଏଦୀ appeared first on Odisha Reporter.



from Odisha Reporter https://ift.tt/3pI34ln

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages