ଜଣଙ୍କୁ ଛାଡ଼ି ଗାଁରେ ରହୁଥିବା ସବୁ ଲୋକଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଜଣଙ୍କୁ ଛାଡ଼ି ଗାଁରେ ରହୁଥିବା ସବୁ ଲୋକଙ୍କୁ କରୋନା

ମନାଲୀ: ହିମାଚଳ ପ୍ରଦେଶର ଲାହାଉଲ ଭ୍ୟାଲିର ଥୋରାଙ୍ଗ ଗାଁରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଏହି ଗାଁରେ ରହୁଥିବା ୫୨ ବର୍ଷୀୟ ଭୂଷଣ ଠାକୁରଙ୍କୁ ଛାଡ଼ି ଆଉ ସମସ୍ତେ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜନସଂଖ୍ୟା ଦୃଷ୍ଟି କୋଣରୁ ଦେଖିଲେ ଲାହାଉଲ-ସ୍ପିଟି ଭ୍ୟାଲି କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଲାହାଉଲ ଉପତ୍ୟକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ରୋହତାଙ୍ଗ ଟର୍ଣ୍ଣେଲ ପାଖରେ ଥିବା ତେଲିଙ୍ଗ ନୁଲ୍ଲାକୁ ପର୍ଯ୍ୟଟକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି। ଗୁରୁବାର କୌଣସି ପର୍ଯ୍ୟଟକଙ୍କୁ ଲାହାଉଲ ଭ୍ୟାଲିର ଗାଁ ଗୁଡ଼ିକରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ। ଟର୍ଣ୍ଣେଲ ପାଖରେ ଥିବା ଗାଁ ଗୁଡ଼ିକୁ ଏବେ କଣ୍ଟେନମେଣ୍ଟ ଜୋନ ଭାବେ ଚିହ୍ନଟ କରାଯାଇଛି।

ପ୍ରଶାସନର ସୂଚନା ଅନୁଯାୟୀ, ମନାଲୀ-ଲେହ ଜାତୀୟ ରାଜପଥରେ ଥିବା ଥୋରାଙ୍ଗ ଗାଁରେ ୪୨ ଜଣ ଲୋକ ବସବାସ କରନ୍ତି। ଶୀତ ଦିନ ଆସିବା କ୍ଷଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୁଲୁକୁ ସ୍ଥାନାନ୍ତରିତ ହୋଇଯାଆନ୍ତି। ଚଳିତ ବର୍ଷ କୁଲୁ ଯିବା ପୂର୍ବରୁ ଗାଁର ସମସ୍ତ ସଦସ୍ୟ ନିଜ ଆଡ଼ୁ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଟେଷ୍ଟ ପାଇଁ ସଂଗୃହୀତ ୪୨ଟି ନମୁନାରୁ ୪୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କିଛି ଦିନ ତଳେ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଲୋକମାନେ ଏକାଠି ହୋଇଥିଲେ। ଏହି ଠାରୁ ହିଁ କରୋନା ଭାଇରସ ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ଗାଁର ଲୋକଙ୍କ ବ୍ୟତୀତ ଆଖପାଖ ଅଞ୍ଚଳର କିଛି ଲୋକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେବଳ ଥୋରାଙ୍ଗ ନୁହେଁ, ସ୍ପିଟିରେ ମଧ୍ୟ ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେବା, ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ବିଗୁଡ଼ୁଥିବାରୁ ଲାହାଉଲ-ସ୍ପିଟି ଉପତ୍ୟକାର ମୁଖ୍ୟ ମେଡିକାଲ ଅଫିସର ସମସ୍ତଙ୍କୁ ନିଜ ଆଡ଼ୁ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

The post ଜଣଙ୍କୁ ଛାଡ଼ି ଗାଁରେ ରହୁଥିବା ସବୁ ଲୋକଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3lO6fpq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages