ମିଶନ୍ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ, ଗଲେ ନାହିଁ ରୋହିତ୍ ଓ ଈଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ମିଶନ୍ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ, ଗଲେ ନାହିଁ ରୋହିତ୍ ଓ ଈଶାନ୍ତ

ଦୁବାଇ: ଦୁଇ ବର୍ଷ ତଳେ ଐତିହାସିକ ଟେଷ୍ଟ ସିରିଜ୍ ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ବିରାଟ୍ ବାହିନୀ ବୁଧବାର ଅଷ୍ଟ୍ରେଲିଆ ଗସ୍ତ କରିଛି। କରୋନା ମହାମାରୀ ଭିତରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ହେବ। ବୁଧବାର ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ଫଟୋ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ଶେଆର୍ କରିଛି। ଟିମର ସବୁ ଖେଳାଳିଙ୍କୁ ପିପିଇ କିଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି।

ଭାରତୀୟ ଟିମରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲରେ ଖେଳିଛନ୍ତି। ତେବେ ଆଇପିଏଲରେ ନିଜ ନିଜ ଟିମର ଅଭିଯାନ ଶେଷ ହେବା ପରେ ଖେଳାଳିମାନେ ଜାତୀୟ ଟିମର ପ୍ରସ୍ତୁତି ଲାଗି ଜୈବ ସୁରକ୍ଷା ବାତାବରଣରେ ସାମିଲ୍ ହୋଇଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ଗତ ମାସରେ ଏଠାରେ ପହଞ୍ଚିବା ପରେ ଜୈବ ସୁରକ୍ଷା ବାତାବରଣରେ ସାମିଲ୍ ହୋଇଥିଲେ। ଜୈବ ସୁରକ୍ଷା ବାତାବରଣରେ ଖେଳାଳିମାନଙ୍କୁ କୋଭିଡ୍ କଟକଣା ମାନିବାକୁ ପଡ଼ିଥାଏ। ଏଥିରେ ଖେଳାଳିମାନେ କେବଳ ଟିମର ଷ୍ଟାଫମାନଙ୍କ ବ୍ୟତୀତ ଅନ୍ୟ କାହା ସହ ମିଳାମିଶା କରିପାରିବେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସକୁ ରେକର୍ଡ ପାଞ୍ଚଥର ଟାଇଟଲ୍ ଜିତାଇଥିବା ରୋହିତ୍ ଶର୍ମା ଓ ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରିହାବରେ ଥିବା ଈଶାନ୍ତ ଶର୍ମା ପରେ ଟିମ୍ ସହ ଯୋଗ ଦେବେ। ଦୁହେଁ କେବଳ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ହେବେ। ଗତମାସରେ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇନଥିଲା। କିନ୍ତୁ ପରେ ତାଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ରୋହିତ୍ ଆଇପିଏଲରେ ଟିମର ଶେଷ ଲିଗ୍ ମ୍ୟାଚରେ ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ ଏବଂ ଏହା ପରେ କ୍ୱାଲିଫାୟର୍ ଓ ଫାଇନାଲ୍ ମଧ୍ୟ ଖେଳିଥିଲେ।

ସେହିପରି ଭାରତର ଏକ ନମ୍ବର ଟେଷ୍ଟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ମଧ୍ୟ ଟିମ୍ ସହ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ସେ ଆଇପିଏଲରେ ନିଜ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ସାହା ନଭେମ୍ବର ୩ ତାରିଖରେ ଆହତ ହୋଇଥିଲେ। ଆହତ ସତ୍ତ୍ୱେ ସାହାଙ୍କୁ ଟେଷ୍ଟ ଟିମରେ ରଖାଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ନଭେମ୍ବର ୨୭ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳି ଅଷ୍ଟ୍ରେଲିଆ ଟୁର୍ ଆରମ୍ଭ କରିବ। ଏହା ପରେ ଡିସେମ୍ବର ୪ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ଡିସେମ୍ବର ୧୭ ତାରିଖରୁ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

The post ମିଶନ୍ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ, ଗଲେ ନାହିଁ ରୋହିତ୍ ଓ ଈଶାନ୍ତ appeared first on Odisha Reporter.



from Odisha Reporter https://ift.tt/32BsqY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages