ପିଆଜ ରେଟ୍ ବଢ଼ିବା ପରେ ପପୁ ଓ ତା’ର ଦୁଇଜଣ ସାଙ୍ଗ ପିଆଜ ଚୋରି କରିବା ପାଇଁ ଯୋଜନା କଲେ। ଯୋଜନା ଅନୁସାରେ ଦୋକାନରୁ ପିଆଜ ଚୋରି କରିବା ପରେ ହଠାତ୍ ପୁଲିସ କେଉଁଆଡୁ ଖବର ପାଇଁ ଆସି ପହଞ୍ଚିଗଲା। ପୁଲିସକୁ ଦେଖି ପପୁ ତା’ର ସାଙ୍ଗମାନଙ୍କୁ ନେଇ ପିଆଜ ବସ୍ତା ଭିତରେ ଲୁଚିଗଲ।
ଚୋରଙ୍କୁ ଖୋଜିବା ପାଇଁ ପୁଲିସ ଗୋଟି ଗୋଟି କରି ସବୁ ପିଆଜ ବସ୍ତାକୁ ଗୋଇଠା ମାରିଲା। ଗୋଟିଏ ପିଆଜ ବସ୍ତାକୁ ଗୋଇଠା ମାରିବା ପରେ ସେଥିରୁ ଭୋ ଭୋ ଶବ୍ଦ ଶୁଣାଗଲା।
ପୁଲିସ: ଲାଗୁଛି ଏଥିରେ କୁକୁରଟେ ଅଛି।
ସେହିପରି ଅନ୍ୟ ଏକ ପିଆଜ ବସ୍ତାକୁ ଗୋଇଠା ମାରିବା ପରେ ସେଥିରୁ ମିଆଉଁ ମିଆଉଁ ଶବ୍ଦ ଶୁଣାଗଲା।
ପୁଲିସ: ଲାଗୁଛି ଏଥିରେ ବିଲେଇଟିଏ ଅଛି।
ଆଉ ଏକ ବସ୍ତାକୁ ଗୋଇଠା ମାରିବା ପରେ ସେଥିରୁ କିଛି ଶବ୍ଦ ଶୁଣାଗଲା ନାହିଁ। ତେଣୁ ପୁଲିସ ପୁଣି ଚାରୋଟି ଗୋଇଠା ମାରିଲା। ଏହାପରେ ମଧ୍ୟ କିଛି ଶବ୍ଦ ଶୁଣାଗଲା ନାହିଁ।
ରାଗିଯାଇ ପୁଲିସ ପଞ୍ଚମଥର ଗୋଇଠା ମାରିବା ସମୟରେ ଭିତରୁ ପପୁର ସ୍ୱର ଶୁଣାଗଲା।
ମୁଁ ପିଆଜ କହୁଛି, ଭିତରେ ରହିଯାଇଛି। ପ୍ଲିଜ୍ ମୋତେ ଗୋଇଠା ମାରନି….
The post ମୁଁ ପିଆଜ କହୁଛି… appeared first on Odisha Reporter.
from Odisha Reporter https://ift.tt/3nf1e9F
No comments:
Post a Comment