ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କୂଅ ପାଣି ବ୍ୟବହାରକୁ ନେଇ ଉତ୍ତେଜନା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗ୍ରାମରେ। ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ପରେ ପୋଖରୀକୁ ଫିଙ୍ଗିଦେଇଛନ୍ତି।
ତେବେ ମୁମୂର୍ଷୁ ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅଭିଯୋଗ ଅନୁଯାୟୀ ଗାଁରେ ଥିବା ଏକ କୂଅର ପାଣି ବ୍ୟବହାରକୁ ନେଇ ଧଳ ପରିବାରର କିଛି ଲୋକଙ୍କ ସହ ବଚସା ହୋଇଥିଲା। ଯାହାର ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି।
ଶନିବାର ସନ୍ଧ୍ୟା ସମୟରେ ଶ୍ୟାମସୁନ୍ଦର ଓ ସନ୍ତୋଷ କାମ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ କିଛି ଦୁବୃର୍ତ୍ତ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଯାହା ଫଳରେ ଚେତାଶୂନ୍ୟ ହେବା ପରେ ବାପପୁଅକୁ ପୋଖରୀକୁ ଫିଙ୍ଗି ଦେଇଥିଲେ।
ଗ୍ରାମବାସୀ ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚି ବାପପୁଅକୁ ଉଦ୍ଧାର କରିଥିଲେ। ଉଭୟେ ଗୁରୁତର ଅବସ୍ଥାରେ ଏବେବି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ଏହି ଘଟଣାକୁ ନେଇ ଗଞ୍ଜେଇଡିହ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ନଜରରେ ରଖି ଗାଁରେ ପୁଲିସ ଫୋର୍ସ ମୂତୟନ କରାଯିବା ସହ ଦୁଇ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
The post କୂଅ ପାଣି ପାଇଁ ମାରପିଟ୍, ମୁମୂର୍ଷୁ ଅବସ୍ଥାରେ ପୋଖରୀରୁ ଉଦ୍ଧାର ହେଲେ ବାପପୁଅ appeared first on Odisha Reporter.
from Odisha Reporter https://ift.tt/336UOlv
No comments:
Post a Comment