ପୁରୀ (ଓଡ଼ିଶା ରିପୋର୍ଟର): କେ.ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ପୁରୀରୁ ଭାଇରାଲ୍ ହୋଇଥିବା ମୋବାଇଲ୍ ଭିଡିଓରେ ଜଣେ ବ୍ୟକ୍ତି ନିଜକୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ହୋମଗାର୍ଡର ପରିଚୟ ଦେଇ କେ. ରମେଶଙ୍କ ପରିବାର ସହ ଡିଲ୍ କରୁଥିବାର ଶୁଣିବାକୁ ମିଳୁଛି। ଏହି ଭିଡିଓରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସ୍କିମରେ ଜାଗା ସହ ଆର୍ଥିକ ସହାୟତା ଦେବାକୁ ବି ସବୁ ଚେଷ୍ଟା କରାଯିବ ବୋଲି ପୁଲିସ୍ ବାବୁ ଜଣଙ୍କ କହୁଥିବା ଦେଖିବାକୁ ମିଳିଛି।
ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କେହି ଜଣେ ମଧ୍ୟସ୍ତି ମଧ୍ୟ ମୂଲଚାଲ କରୁଥିବା ଦେଖାଉଛି। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ପୁଲିସ୍ ବାବୁ ଜଣଙ୍କ ରାତି ଅଧିଆ କାହିଁକି ମୃତକଙ୍କ ପରିବାରକୁ ଭେଟିଲେ ଏବଂ କାହା ନିର୍ଦ୍ଦେଶରେ ଏଭଳି ଡିଲ୍ ପାଇଁ ଉଦ୍ୟମ କଲେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ପୁଲିସର କିମ୍ବା କେ. ରମେଶଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।
ସୂଚନା ଅନୁଯାୟୀ, ଗୁରୁବାର ପୁଲିସ୍ ହେପାଜତରେ ପୁରୀ ବୀରମିତ୍ରପୁରର କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଥାର୍ଡ ଡିଗ୍ରୀ ଯୋଗୁଁ ରମେଶର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।
ତେବେ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ରାଜ୍ୟ ସରକାର ପୁରୀ ଏସ୍ପି ଅଖିଳେଶ୍ୱର ସିଂଙ୍କୁ ବଦଳି କରିଥିବା ବେଳେ ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି। ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ ଆଦେଶ ଦେଇଛନ୍ତି ପୁଲିସ୍ ଡିଜି।
The post ପୁରୀ ହାଜତ ମୃତ୍ୟୁ ମାମଲା: ଭାଇରାଲ୍ ହେଲା ମୋବାଇଲ୍ ଭିଡିଓ appeared first on Odisha Reporter.
from Odisha Reporter https://ift.tt/336USSh
No comments:
Post a Comment