ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରୁ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବାଦ୍ ଦିଆଯିବା ପରେ କ୍ରିକେଟ୍ ପଣ୍ଡିତଙ୍କଠାରୁ ଆରମ୍ଭ କରି ଫ୍ୟାନ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଦିନ ଅଷ୍ଟ୍ରେଲିଆ ଟୁର୍ ପାଇଁ ଦଳ ଘୋଷଣା ହେଲା, ସେହିଦିନ ହିଁ ରୋହିତ୍ ବ୍ୟାଟ୍ ଧରି ନେଟ୍ସକୁ ଓହ୍ଲାଇଥିଲେ, ଯାହାର ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ପୋଷ୍ଟ କରିଥିଲା। ଯାହା ପରେ ବିସିସିଆଇ ଓ ରୋହିତଙ୍କ ମଧ୍ୟରେ ସମ୍ପର୍କକୁ ନେଇ ନାନା ପ୍ରଶ୍ନ ଉଠିଥିଲା।
ଅଷ୍ଟ୍ରେଲିଆ ଗସ୍ତରୁ ରୋହିତଙ୍କୁ ବାଦ୍ ଦିଆଯିବା ପଛରେ ଆହତ ସମସ୍ୟା ଦର୍ଶାଇଥିଲା ବିସିସିଆଇ। କିନ୍ତୁ ରୋହିତ ପୁଣିଥରେ ଆଇପିଏଲ୍ ମଇଦାନକୁ ଓହ୍ଲାଇବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ତାଙ୍କୁ କେଉଁ ପ୍ରକାର ଆଘାତ ଲାଗିଛି। ସ୍ଥିତି ଏଭଳି ହେଲା ଯେ ବିସିସିଆଇ ଏ ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦେଇପାରିନାହିଁ। କିନ୍ତୁ ଏବେ ରୋହିତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି ଯେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି।
ଏକ ରିପୋର୍ଟ ମୁତାବକ, ଆଇପିଏଲ୍ ପରେ ରୋହିତ୍ ଚାର୍ଟାର୍ଡ ଫ୍ଲାଇଟ ଯୋଗେ ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି। ରୋହିତଙ୍କ ଟିମ୍ ଆଇପିଏଲ୍ ଫାଇନାଲ୍ ପାଇଁ କ୍ୱାଲିଫାଏ କରିସାରିଛି ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ୟାପଟେନ୍ ନଭେମ୍ବର ୧୦ ତାରିଖରେ ଖେଳାଯିବାକୁଥିବା ଫାଇନାଲରେ ମଇଦାନକୁ ଓହ୍ଲାଇବେ। ଆହତରୁ ମୁକୁଳିବା ପରେ ରୋହିତଙ୍କର ଏହା ତୃତୀୟ ମ୍ୟାଚ୍ ହେବ। ରୋହିତଙ୍କ ବ୍ୟାଟ୍ ଗତ ଦୁଇଟି ମ୍ୟାଚରେ ଚୁପ୍ ରହିଥିଲା, କିନ୍ତୁ ମୁମ୍ବାଇ କ୍ୟାପଟେନ୍ ମୁଖ୍ୟ ଚୟନକର୍ତ୍ତାଙ୍କୁ ସ୍ପଷ୍ଟ କରିଛନ୍ତି ଯେ ସେ ପୂରା ଫିଟ୍ ଅଛନ୍ତି। ସୂତ୍ର ଅନୁଯାୟୀ, ଟିମ୍ ଇଣ୍ଡିଆ ସିଡନୀ ଗସ୍ତ କରିବ ଏବଂ ରୋହିତ୍ ଏହି ଫ୍ଲାଇଟରେ ଟିମ୍ ସହ ଯିବେ।
ତେବେ ରୋହିତ୍ ଯିବେ କି ନାହିଁ, ସେ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ ଟିମ୍ ଇଣ୍ଡିଆ ଫିଜିଓ ନୀତୀଲ ପଟେଲ ଓ ଟ୍ରେନର ନିକ୍ ୱେବ ରୋହିତଙ୍କ ଉପରେ ନଜର୍ ରଖିଛନ୍ତି। ଯେହେତୁ ଟିମ୍ ଇଣ୍ଡିଆ ତା’ର ସବୁଠାରୁ କଷ୍ଟସାଧ୍ୟ ଗସ୍ତରେ ଯିବ, ତେଣୁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଅଣଦେଖା କରିବା ଟିମ୍ ଉପରେ ଭାରୀ ପଡ଼ିପାରେ।
The post ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତ କରିବେ ରୋହିତ୍! appeared first on Odisha Reporter.
from Odisha Reporter https://ift.tt/3n3tVGp
No comments:
Post a Comment