ବୀରମିତ୍ରପୁର (ସତ୍ୟାନନ୍ଦ ମହାନ୍ତି): ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଥିବା ପରିବାର ଲୋକ ବିରମିତ୍ରପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ପ୍ରଦୀପ ନିଜର ବିଜାବହଲ କ୍ରସରରୁ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥ ନିକଟରୁ ଅପହୃତ ହୋଇଥିବା ସୂଚନା ମିଳିଛି।
ସେ ଫେରୁଥିବା ବ୍ରେଜା କାରଟି ପରିତ୍ୟକ୍ତ ଅବସ୍ଥାରେ ଜାତୀୟ ରାଜପଥରୁ ୨୦୦ ମିଟର ଦୂରରେ ମିଳିଛି। କାର ଭିତରେ ପ୍ରଦୀପଙ୍କ ମୋବାଇଲ ଫୋନ ମିଳିଥିବା ବେଳେ ଏକ ଇଂଜେକସନ ସିରିଞ୍ଜ୍ ମଧ୍ୟ ମିଳିଛି। ବୀରମିତ୍ରପୁର ପୁଲିସ ପ୍ରଦୀପଙ୍କ ମୋବାଇଲ ଫୋନକୁ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି।
ପ୍ରଦୀପ ବୀରମିତ୍ରପୁରରେ ଥିବା BSL କମ୍ପାନୀରେ ମଧ୍ୟ ଟ୍ରାନ୍ସପୋର୍ଟିଂ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ପୂର୍ବରୁ ସେ ବୀରମିତ୍ରପୁରରେ ରହୁଥିଲେ। ଏବେ ରାଉରକେଲାରେ ରହୁଥିବାରୁ ସେ ରାଉରକେଲା ଫେରୁଥିବା ବେଳେ ଏହି ଅପହରଣ ହୋଇଥିଲା।
The post କାର୍ରେ ଆସୁଥିବା ବେଳେ ଯୁବ ବ୍ୟବସାୟୀଙ୍କୁ ଅପହରଣ appeared first on Odisha Reporter.
from Odisha Reporter https://ift.tt/3n4GYaQ
No comments:
Post a Comment