ସ୍ତ୍ରୀ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ସ୍ତ୍ରୀ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସ୍ୱାମୀ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) : ସ୍ତ୍ରୀର ଗଳା କାଟିଦେଲା ମଦ୍ୟପ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ସଦର ଥାନା ଧଉଡ଼ାପଦର ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତା ମହିଳା ହେଲେ ପାର୍ବତୀ କମାର(୨୪)। ଏହି ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ କାର୍ତ୍ତିକ ଟାକରି(୨୮)ଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, କାର୍ତ୍ତିକଙ୍କର ଏକ ଚିକେନ ଦୋକାନ ନିକଟସ୍ଥ ମାର୍କଟରେ ରହିଛି। ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସେ ଘରକୁ ଫେରିଥିଲେ। ସେଠାରେ ପତ୍ନୀ ପାର୍ବତୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ କୁକୁଡ଼ା କାଟିବା ଛୁରୀରେ ସେ ପାର୍ବତୀଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଥିଲେ।

ଖବର ପାଇ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକଙ୍କୁ ଗିରଫ କରି ନେଇଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାର୍ବତୀଙ୍କର ଏକ ୨ ମାସର ଶିଶୁ ପୁତ୍ର ଅଛି।

The post ସ୍ତ୍ରୀ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/2IfmiOf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages