ବଢ଼ୁଛି ଶୀତ, ଆହୁରି ଖସିପାରେ ପାରଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ବଢ଼ୁଛି ଶୀତ, ଆହୁରି ଖସିପାରେ ପାରଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ। ସକାଳୁ ଓ ସୂର୍ଯ୍ୟସ୍ତ ପରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ବିଶେଷ ଭାବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ  ଶୀତର ପରିମାଣ ଅଧିକ ରହିଛି।

ସେହିପରି ଉପୂକଳ ଓଡ଼ିଶାରେ ସନ୍ଧ୍ୟା ବେଳେ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୨ ରୁ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା  ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତଳେ ରହିପାରେ।  ଉପକୂଳରେ ବି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୩ ଦିନ ଭିତରେ ଆହୁରି ୧ରୁ ୨ ଡିଗ୍ରୀ ଖସିପାରେ ପାରଦ। ତେବେ ଆସନ୍ତା ୧୧ ଓ ୧୨ ତାରିଖ ବେଳକୁ ରାଜ୍ୟର କିଛି ଭାଗରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଛି।

The post ବଢ଼ୁଛି ଶୀତ, ଆହୁରି ଖସିପାରେ ପାରଦ appeared first on Odisha Reporter.



from Odisha Reporter https://ift.tt/36gLrQS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages