ନ୍ୟୁୟର୍କ: ଅଲକାଏଦାର ଦ୍ୱିତୀୟ କମାଣ୍ଡର ଅବୁ ମହମ୍ମଦ ଅଲ-ମଶରୀ ହତ୍ୟାର ଶିକାର ହୋଇଛି। ଅଗଷ୍ଟ ୭ରେ ଇରାନରେ ଥିବା ଇସ୍ରାଏଲର ଗୁଇନ୍ଦା ‘ମୋସାଦ’ ଦ୍ୱାରା ଅଲ୍-ମଶରୀର ହତ୍ୟାର ଶିକାର ହୋଇଛି। ତିନି ମାସ ପରେ ଆମେରିକାର ଏକ ଖବର କାଗଜ ଏଭଳି ଖବର ପ୍ରକାଶ କରିଛି। ଇସ୍ରାଏଲ ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ସଂପୃକ୍ତ ଖବର କାଗଜ ଏହି ରିପୋର୍ଟ ପ୍ରକାଶ କରିଛି।
୧୯୯୮ ମସିହାରେ କେନିଆ ଏବଂ ତାନେଞ୍ଜିନିଆରେ ଥିବା ଆମେରିକା ଦୂତାବାସ ଉପରେ ଅଲ୍-କାଏଦା ବୋମା ବିସ୍ଫୋରଣ କରିଥିଲା। ଏଥିରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ। ଏହି ବୋମା ବିସ୍ଫୋରଣ ପଛର ମାଷ୍ଟରମାଇଣ୍ଡ ଅଲ୍-ମଶରୀ ଥିଲା। ଏହାପରେ ଅଲ୍ ମଶରୀ ଇରାନରେ ଲୁଚି ରହିଥିଲା।
ଆମେରିକା ଖବରକାଗଜର ରିପୋର୍ଟ ଅନୁଯାୟୀ, ତିନି ମାସ ତଳେ ଇରାନର ତେହେରାନରେ ଦୁଇ ବାଇକ ଚାଳକ ରାସ୍ତାରେ ଯାଉଥିବା ବେଳେ ଅଲ୍-ମଶରୀକୁ ହତ୍ୟା କରିଛନ୍ତି। ଅଲ୍ ମଶରୀ ସହ ତାର ଝିଅ ତଥା ମୃତ ଅଲକାଏଦା ଆତଙ୍କବାଦୀ ଲାଡେନର ବୋହୂର ମଧ୍ୟ ହତ୍ୟର ଶିକାର ହୋଇଛି। ଲାଡେନର ପୁଅ ହାମଜା ବିନ୍ ଲାଡେନର ପୂର୍ବରୁ ମୃତ୍ୟୁ ବରଣ କରି ସାରିଛି।
ଇସ୍ରାଏଲ ଗୁଇନ୍ଦା ଅଧିକାରୀ ଅଲ୍ ମଶରୀକୁ ହତ୍ୟା କରିବା ପଛରେ ଆମେରିକାର ଭୂମିକା ରହିଛି କି ନାହିଁ ସ୍ପଷ୍ଟ ହୋଇନି। ହେଲେ ଏବେ ଆମେରିକା-ଇସ୍ରାଏଲ ମଧ୍ୟରେ ସମ୍ପର୍କ ଭଲ ରହିଥିବାରୁ ଆମେରିକାର ନିର୍ଦ୍ଦେଶ କ୍ରମେ ଇସ୍ରାଏଲ ଏଭଳି କରିଥାଏ ବୋଲି ଚର୍ଚ୍ଚା ହେଉଛି। କାରଣ ଇରାନ ଆମେରିକା ମଧ୍ୟରେ ବିବାଦ ତୀବ୍ର ରହିଛି। ଏଭଳି ସ୍ଥିତିରେ ଆମେରିକା ନିଜେ ନକରି ଇସ୍ରାଏଲକୁ କହି ଅଲ୍ ମଶରୀକୁ ହତ୍ୟା କରିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ହ୍ୱାଇଟ୍ ହାଉସ ଏ ନେଇ କୌଣସି ସୂଚନା ଦେଇନଥିବାରୁ ଇସ୍ରାଏଲ ଗୁଇନ୍ଦା ଦ୍ୱରା ଏହି ହତ୍ୟା ହୋଇଛି ବୋଲି ମଧ୍ୟ କୁହାଯାଉଛି।
ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଆୟୋଜନ କରିଥିବା ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନ। ୨୦୧୧ରେ ପାକିସ୍ତାନରେ ପଶି ଆମେରିକା ସେନା ଲାଡେନକୁ ହତ୍ୟା କରିଥିଲେ। ଏହାପରେ ଅଲ-କାଏଦାର ସୁପ୍ରିମ୍ କମାଣ୍ଡର ଆୟମାନ୍ ଅଲ୍ ଜହ୍ୱାରୀ ରହିଛି। ଏହାପରେ ମଶରୀ ଦ୍ୱିତୀୟ କମାଣ୍ଡର ଥିଲା।
The post ଅଲ୍ କାଏଦାର ଦ୍ୱିତୀୟ କମାଣ୍ଡରକୁ ହତ୍ୟା କଲା ମୋସାଦ appeared first on Odisha Reporter.
from Odisha Reporter https://ift.tt/3kv8CvR
No comments:
Post a Comment