ଆୟୁଷ୍ମାନଙ୍କ ଫିଲ୍ମରେ ବିଗ୍‌ ବସ୍‌ ବିଜେତାଙ୍କ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଆୟୁଷ୍ମାନଙ୍କ ଫିଲ୍ମରେ ବିଗ୍‌ ବସ୍‌ ବିଜେତାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଅଭିଷେକ କପୁର ନିଜ ଆଗାମୀ ଫିଲ୍ମର ଘୋଷଣା କରିଦେଇଛନ୍ତି। ସେ ଫିଲ୍ମର ମୁଖ୍ୟ କଳାକାରଙ୍କ ସହ ଫଟୋ ଶେଆର୍ କରି ଆଗାମୀ ଫିଲ୍ମ’ଚଣ୍ଡିଗଡ଼ କରେ ଆଶିକୀ’ର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ବାଣୀ କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ସୂଚନା ଅନୁଯାୟୀ ଏହି ଫିଲ୍ମଟି ପ୍ରଥମେ ସୁଶାନ୍ତ ସିଂ ରାଜପୁତ କରିବାର ଥିଲା ହେଲେ ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ସେହି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Abhishek kapoor (@gattukapoor)

ଏହା ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି ଯେ ‘ବିଗ୍ ବସ୍ 8’ ର ବିଜେତା ଗୌତମ ଗୁଲାଟିଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ଗୌତମଙ୍କୁ ଆୟୁଷ୍ମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି। ସୂଚନା ଅନୁଯାୟୀ ଆୟୁଷ୍ମାନ ଏବଂ ବାଣୀଙ୍କ ପରେ ଗୌତମ ଗୁଲାଟି ଏହି ଫିଲ୍ମର ତୃତୀୟ ମୁଖ୍ୟ ଚରିତ୍ର। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଗୌତମ ଗୁଲାଟି ଆଜିକାଲି ‘ସଲ୍‌ମାନ ଖାନ୍’ଙ୍କ ଆଗାମୀ ଫିଲ୍ମ ‘ରାଧେ- ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ବହୁତ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଦିଶା ପାଟନୀ ଏବଂ ଜ୍ୟାକି ଶ୍ରଫଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

The post ଆୟୁଷ୍ମାନଙ୍କ ଫିଲ୍ମରେ ବିଗ୍‌ ବସ୍‌ ବିଜେତାଙ୍କ ଏଣ୍ଟ୍ରି appeared first on Odisha Reporter.



from Odisha Reporter https://ift.tt/2Is0FuB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages