ଆଜି ମୁମ୍ବାଇ-ଦିଲ୍ଲୀ ଫାଇନାଲ୍‌ ଫାଇଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ଆଜି ମୁମ୍ବାଇ-ଦିଲ୍ଲୀ ଫାଇନାଲ୍‌ ଫାଇଟ୍

ଦୁବାଇ: ୫୨ ଦିନର ରୋମାଞ୍ଚକର ମୁକାବିଲା ପରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆଜି ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଚାରିଥରର ତଥା ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲରେ ମୁମ୍ବାଇ ତା’ର ପଞ୍ଚମ ଟାଇଟଲ୍‌ ଲକ୍ଷ୍ୟରେ ଥିବା ବେଳେ ଦିଲ୍ଲୀ ଟିମ୍ ପ୍ରଥମଥର ଚକମକ୍ ଦିଶୁଥିବା ଟ୍ରଫିକୁ ହାତେଇକୁ ପ୍ରୟାସ କରିବ। ଅନ୍ୟ ସଂସ୍କରଣ ତୁଳନାରେ ଚଳିତ ଆଇପିଏଲ୍ ସବୁଠାରୁ ଖାସ୍। କାରଣ ସବୁ ଚ୍ୟାଲେଞ୍ଜ ଓ ବାଧା ସତ୍ତ୍ୱେ ଏହାକୁ ସଫଳତାର ସହ ଆୟୋଜନ ଦର୍ଶକଙ୍କୁ କରୋନା ଭାଇରସ୍ ମହାମାରୀରୁ ସୃଷ୍ଟି ହୋଇଥିବା ନକାରାତ୍ମକ ଚିନ୍ତାଧାରାରୁ ବାହାର କରିବାରେ ସହାୟକ ହୋଇଛି।

ଆଇପିଏଲର ସବୁଠାରୁ ସଫଳ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ନଜର ପଞ୍ଚମ ଟାଇଟଲ୍‌ ଉପରେ ରହିଛି। ଅନ୍ୟପକ୍ଷରେ ଗତ ୧୨ଟି ସଂସ୍କରଣରେ ଝୁଣ୍ଟିବା ପରେ ପ୍ରଥମଥର ଦିଲ୍ଲୀ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଚଳିତ ସଂସ୍କରଣରେ ମୁମ୍ବାଇ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚରୁ ୧୦ଟି ବିଜୟ ଲାଭ କରିଥିବା ବେଳେ ଦିଲ୍ଲୀ ୧୬ଟିରୁ ୯ଟି ମୁକାବିଲା ଜିତିଛି।

ପୂରା ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ୧୩୦ ଛକା ମାରିଛନ୍ତି। ଏହା ତୁଳନାରେ ଦିଲ୍ଲୀ ୮୪ ଛକା ମାରିଛି। ବିଶେଷକରି କ୍ୱିଣ୍ଟନ୍ ଡି’କକଙ୍କ ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ରହିଛି। ଅନ୍ୟପକ୍ଷରେ କ୍ୟାପଟେନ୍ ରୋହିତ୍ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀକୁ ନେଇ ସମସ୍ତ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରି ଦମଦାର କ୍ୟାପଟେନଶିପ୍ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ୍‌ ନହେବା ଦୁଃଖକୁ ଭୁଲି ସୂର୍ଯ୍ୟକୁମାର ଯାଦବ ଯେଉଁଭଳି ଭାବେ ବ୍ୟାଟିଂ କରିନ୍ତି, ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ସେ ୬୦ ଚୌକା ଓ ୧୦ ଛକା ମାରିଛନ୍ତି। ସେହିପରି ଇଶାନ୍ କିଷନ ୨୯ ଛକା ମାରି ସାରିଛନ୍ତି।

କେବଳ ବ୍ୟାଟିଂ ନୁହେଁ, ଟିମର ବୋଲିଂ ବିଭାଗ ଅନ୍ୟ ଦଳ ତୁଳନାରେ ସବୁଠାରୁ ମଜଭୁତ୍। ଯଶପ୍ରୀତ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଶୀର୍ଷସ୍ତରୀୟ ବୋଲିଂ ଆଟାକ୍ କୌଣସି ବ୍ୟାଟିଂଲାଇନକୁ ଧୂଳି ଚଟାଇବାରେ ମାହିର୍। ଦୁହିଁଙ୍କୁ ତୃତୀୟ ପେସର ଭାବେ ନେଥନ୍ କୁଲ୍ଟର-ନାଇଲ୍ ଏବଂ ସ୍ପିନ୍ ଯୋଡ଼ି କୃନାଲ୍ ପାଣ୍ଡ୍ୟା ଓ ରାହୁଲ୍ ଚହର୍ ଭରପୂର ସହଯୋଗ କରିଛନ୍ତି। ଯଦି ଟିମର ସ୍ପିନର୍ କାମ ନଦେଲେ, ତାହେଲେ ରୋହିତ୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡଙ୍କୁ ଦାୟିତ୍ୱ ଦିଅନ୍ତି। ପୋଲାର୍ଡ ମଧ୍ୟ ନିଜ ଦାୟିତ୍ୱକୁ ସୁଚାରୁରୂପେ ପ୍ରତିପାଦନ କରନ୍ତି।

ଦିଲ୍ଲୀର ବୋଲିଂ ତା’ର ମୁଖ୍ୟ ଅସ୍ତ୍ର। କାଗିସୋ ରବାଡା ଓ ଆନରିଚ୍ ନର୍ଜେଙ୍କ ଦୁଇ ଟପ୍ କ୍ଲାସ୍ ବୋଲର ମୁମ୍ବାଇ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ଦୁହେଁ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ଦିଲ୍ଲୀ ପାଇଁ ଶିଖର ଧୱନ୍ ୬୦୦ରୁ ଅଧିକ ରନ୍ କରିସାରିଛନ୍ତି। ଏବେ ତାଙ୍କୁ ବୁମ୍ରା ଓ ବୋଲ୍ଟଙ୍କ ସଠିକ୍ ଲାଇନ୍ ଲେନ୍ଥର ସାମ୍ନାକୁ କରିବା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ୨ୟ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀ ତା’ର ଟପ୍ ଅର୍ଡର ବ୍ୟାଟିଂ ଲାଇନରେ ପରିବର୍ତ୍ତନ କରିଥିଲା। ମାର୍କସ୍ ଷ୍ଟୋଇନିସ୍ ଓପନ୍ କରିବା ପରେ ଦିଲ୍ଲୀର ବ୍ୟାଟିଂ ମଜଭୁତ୍ ହୋଇଛି। ସେହିପରି ଶିମରନ୍ ହେଟମେୟର୍ ଉଚିତ୍ ସମୟରେ ଫର୍ମକୁ ଫେରିଛନ୍ତି।

ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ମୁମ୍ବାଇ ତିନୋଟି ଯାକ ମୁକାବିଲାରେ ଏକତରଫା ବିଜୟ ହାସଲ କରିଛି। ମୁମ୍ବାଇ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀକୁ ଶୋଚନୀୟ ଭାବେ ହରାଇଥିଲା। ତେଣୁ ନିର୍ଣ୍ଣାୟକ ତଥା ଫାଇନାଲ୍‌ ମୁକାବିଲା ଦିଲ୍ଲୀ ବିପର୍ଯ୍ୟୟ ଘଟାଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ୍, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ନେଥନ୍ କୁଲ୍ଟର-ନାଇଲ୍, ରାହୁଲ୍‌ ଚହର୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ମାର୍କସ୍ ଷ୍ଟୋଇନିସ୍, ଶ୍ରେୟସ୍ ଆୟର୍ (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଶିମରନ୍ ହେଟମେୟର୍, ଋଷଭ ପନ୍ତ (ୱିକେଟକିପର), ଅକ୍ଷର ପଟେଲ୍, ଆର୍ ଅଶ୍ୱିନ୍, ପ୍ରବୀଣ ଦୁବେ, କାଗିସୋ ରବାଡା, ଆନରିଚ୍ ନର୍ଜେ।

The post ଆଜି ମୁମ୍ବାଇ-ଦିଲ୍ଲୀ ଫାଇନାଲ୍‌ ଫାଇଟ୍ appeared first on Odisha Reporter.



from Odisha Reporter https://ift.tt/3kkldSq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages