ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ୧୧ ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ମଧ୍ୟପ୍ରଦେଶରେ ୨୮ଟି, ଉତ୍ତରପ୍ରଦେଶରେ ୭ଟି, ଗୁଜୁରାଟରେ ୮ଟି, ମଣିପୁରରେ ୪ଟି, ହରିୟାଣାରେ ଗୋଟିଏ, ଛତିଶଗଡ଼ରେ ଦୁଇଟି, ଝାଡଖଣ୍ଡରେ ଦୁଇଟି, କର୍ଣ୍ଣାଟକରେ ଦୁଇଟି ଆସନ, ଓଡ଼ିଶାରେ ଦୁଇଟି, ନାଗାଲାଣ୍ଡର ଦୁଇଟି ଆସନ, ତେଲେଙ୍ଗାନାରେ ଗୋଟିଏ ଆସନ ପାଇଁ ଭୋଟ୍ ଗଣନା ଚାଲିଛି। ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି।
ମଧ୍ୟପ୍ରଦେଶର ବିଜେପି ୧୯ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୮ ଟି ଆସନରେ ଆଗୁଆ ରହିଛି। ଏଥି ସହିତ ବିଏସପି ୧ ଟି ସିଟରେ ଆଗୁଆ ରହିଛି।
ଉତ୍ତରପ୍ରଦେଶରେ ୭ଟି ଆସନରୁ ବିଜେପି ଚାରିଟି ଆସନରେ ଅଗ୍ରଣୀ ଥିବାବେଳେ ଏସପି ଏବଂ ବିଏସପି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏଥି ସହିତ, ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି ଢ
ମଣିପୁରରେ ପାଞ୍ଚଟି ଆସନ ପାଇଁ ଉପ-ନିର୍ବାଚନ ହୋଇଛି। ଗୋଟିଏ ଆସନ ଉପରେ କଂଗ୍ରେସ ଆଗରେ ରହିଛି।
ଗୁଜୁରାଟରେ ୮ ଟି ଆସନ ପାଇଁ ଉପ-ନିର୍ବାଚନରେ ବିଜେପି ୭ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧ ଟି ଆସନରେ ଆଗୁଆ ରହିଛି। ଏହି ଆଠଟି ଆସନରେ ୮୧ ଜଣ ପ୍ରାର୍ଥୀ ରହିଛନ୍ତି। ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏଠାରେ ଇସ୍ତଫା ଦେଇଥିଲେ, ଏହାପରେ ଉପ-ନିର୍ବାଚନ ହୋଇଛି। ପାଞ୍ଚ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।
ଛତିଶଗଡରେ ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ହୋଇଛି। ଶାସକ ଦଳ କଂଗ୍ରେସ ଆଗରେ ରହିଛି।
ସେହିପରି ଓଡ଼ିଶାର ଦୁଇଟି ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଶାସକ ଦଳ ବିଜେଡି ଆଗୁଆ ରହିଛି।
The post ଗୁଜରାଟ, ମଧ୍ୟପ୍ରଦେଶ, ୟୁୁପି ଉପନିର୍ବାଚନ: କେଉଁ ଦଳ କେତେ ଆଗରେ appeared first on Odisha Reporter.
from Odisha Reporter https://ift.tt/2JSu2GG
No comments:
Post a Comment