ଥମୁନି ଆନ୍ଧ୍ରର ଦାଦାଗିରି, ଓଡ଼ିଶା ସୀମାରେ ପଶି ଫଳକ ଉପାଡ଼ି ଫୋପାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ଥମୁନି ଆନ୍ଧ୍ରର ଦାଦାଗିରି, ଓଡ଼ିଶା ସୀମାରେ ପଶି ଫଳକ ଉପାଡ଼ି ଫୋପାଡ଼ିଲେ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଓଡ଼ିଶା ସୀମାରେ ଥମୁନି ଆନ୍ଧ୍ରର ଦାଦାଗିରି। କୋରାପୁଟ ପଟ୍ଟାଙ୍ଗି ବ୍ଲକ ସୁନାବେଡା ଗାଁ ନିକଟ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୁଣି ଥରେ ମୁଣ୍ଡ ଟେକିଛି ସୀମା ବିବାଦ।  ବିନା ଅନୁମତିରେ ଓଡ଼ିଶା ସୀମାରେ ପଶି  ଲଗାଯାଇଥିବା ଫଳକ ଓପାଡ଼ି ଫୋପାଡ଼ିଲା ଆନ୍ଧ୍ର ।

ଓଡ଼ିଶାର ପ୍ରଶାସନିକ ଅଧିକାରୀ ପୋତିଥିବା ଏକ ବୋର୍ଡକୁ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗାଁ ଲୋକେ ଓପାଡ଼ି ଫିଙ୍ଗିଦେଇଥିବା ଜଣାଯାଇଛି। ଏଥିସହ ଓଡ଼ିଶା ବିରୋଧରେ ବିକ୍ଷୋଭ କରିଛନ୍ତି । ଲୁଚିଛପି ଆନ୍ଧ୍ରରେ ପ୍ରବେଶ କରିବାକୁ ଚେଷ୍ଟା କଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଧ୍ର ବାସିନ୍ଦା । ଗତ କିଛି ଦିନ ଧରି ଏହି ବିବାଦ ଲାଗି ରହିଥିବା ବେଳେ ଥମିବା ନାଁ ଧରୁନି।

 

ମିଳିଥିବା ସୂଚନା ମୁତାବକ, ଓଡିଶା ସୀମାନ୍ତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀମାନେ ପଶି ନୂତନ ସୀମା ନିର୍ଦ୍ଧାରଣ କରିବା ସହ ଆନ୍ଧ୍ର ପ୍ରଦେଶର ବୋର୍ଡ ଲଗାଇ ଚାଲିଯାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ସେହି ବୋର୍ଡ଼କୁ ପୁଣିଥରେ ପୂର୍ବ ସ୍ଥିତିକୁ ଘୁଞ୍ଚାଇ ଦେଇଥିଲା।   ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗାଁର ଲୋକେ ଏହାକୁ ବିରୋଧ କରିଛନ୍ତି ।

ଏ ନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସମ୍ପର୍କରେ ଅବଗତ ଥିବା କହିଛନ୍ତି। ଉପଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ବେଳେ ତାହା ଉପରେ ପଦକ୍ଷେପ ନିଆଯିବ।  ଉଭୟ ରାଜ୍ୟର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

The post ଥମୁନି ଆନ୍ଧ୍ରର ଦାଦାଗିରି, ଓଡ଼ିଶା ସୀମାରେ ପଶି ଫଳକ ଉପାଡ଼ି ଫୋପାଡ଼ିଲେ appeared first on Odisha Reporter.



from Odisha Reporter https://ift.tt/2Ugz5T8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages