ବଡ଼ ଧରଣର ଅଦଳ ବଦଳ କଲେ ଟ୍ରମ୍ପ, କ୍ଷମତାକୁ ନେଇ ବିଦ୍ରୋହର ଆଭାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ବଡ଼ ଧରଣର ଅଦଳ ବଦଳ କଲେ ଟ୍ରମ୍ପ, କ୍ଷମତାକୁ ନେଇ ବିଦ୍ରୋହର ଆଭାସ

ଓ୍ୱାଶିଂଟନ: ଆମେରିକାରେ କ୍ଷମତା ହସ୍ତାନ୍ତର ପୂର୍ବରୁ ହୋଇପାରେ ବଡ଼ ଧରଣର ରାଜନୀତିକ ବିଦ୍ରୋହ। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ନିଜ କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ପରାଜୟ ସ୍ୱୀକାର କରିବାକୁ ନାରାଜ ଏବେର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ।

ସୋମବାର ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପରଙ୍କୁ ତାଙ୍କ ପଦରୁ ହଟାଇ ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମିଲରଙ୍କୁ କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହ ଟ୍ରମ୍ପ ପୂର୍ବତନ ଜାତୀୟ ସୁରକ୍ଷା ପରିଷଦ କେଶ ପଟେଲଙ୍କୁ ଏହାର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେହିଭଳି ପେଣ୍ଟାଗନରେ ନିଯୁକ୍ତ ସବୁଠୁ ବଡ଼ ଅଧିକାରୀଙ୍କର ମଧ୍ୟ ବଦଳ କରିଛନ୍ତି ଟ୍ରମ୍ପ। ନିଜ ସରକାରର କାର୍ଯ୍ୟକାଳ ଶେଷ ହୋଇ ଆସୁଥିବା ବେଳେ ଟ୍ରମ୍ପଙ୍କ ଏଭଳି ପ୍ରଶାସନିକ ଅଦଳ ବଦଳ ଆମେରିକା ରାଜନୀତିରେ ଚିନ୍ତା ବଢ଼ାଇଛି।

ଆମେରିକାର ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଟ୍ରମ୍ପଙ୍କ ନିର୍ବାଚନକୁ ସମର୍ଥନ କରି କହିଛନ୍ତି ଯେ ଶାନ୍ତି ପ୍ରକ୍ରିୟାରେ କ୍ଷମତା ହସ୍ତାନ୍ତର କରାଯିବ। ହେଲେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ସେ କହିଛନ୍ତି। ପୋମ୍ପିଓଙ୍କ ଏହି ପ୍ରତିକ୍ରିୟା ପରେ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହେବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ ଫଳାଫଳକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ରି କାଉଣ୍ଟିଂ ପରେ ସେ ଜିତିବେ। ଭୋଟ୍ ଗଣତି ବେଳେ ଜାଣିଶୁଣି ଗୋଳମାଳ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଟ୍ରମ୍ପଙ୍କ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କୌଣସି ଠକେଇ କି ଗୋଳମାଳ ହୋଇନାହିଁ। ଏମିତିକି ଠକେଇ ହେବାର ପ୍ରମାଣ ନାହିଁ।

ସବୁଠୁ ବଡ଼ କଥା ହେଲା ଟ୍ରମ୍ପଙ୍କ ଏହି ଅଭିଯୋଗକୁ କିନ୍ତୁ ତାଙ୍କରି ଦଳର ଅନେକ ରାଜ୍ୟର ଅଧିକାରୀ ସମର୍ଥନ କରୁନଥିବା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରକ୍ରିୟାରେ ଜଡିତ ରାଜ୍ୟ ସ୍ତରର ପ୍ରମୁଖ ରିପବ୍ଲିକାନ୍ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ ନିର୍ବାଚନରେ ​କୌଣସି ଠକେଇର ପ୍ରମାଣ ନାହିଁ। ଏପରି ଦାବି କେବଳ ବିଦ୍ରୋହ।

ଅନ୍ୟପଟେ ନିର୍ବାଚନ ପରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ୭୯% ଲୋକ ବିଶ୍ୱାସ କରନ୍ତି ଯେ ବିଡେନ ଏହି ନିର୍ବାଚନରେ ​​ଜିତିଛନ୍ତି। ୧୩ ପ୍ରତିଶତ ଲୋକ କହିଛନ୍ତି ଯେ ନିର୍ବାଚନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ କେବଳ ୩ ପ୍ରତିଶତ ଲୋକ କହିଛନ୍ତି ଯେ ଟ୍ରମ୍ପ ଜିତିଛନ୍ତି।

ରାଜନୀତିକ ବିଶ୍ଳେଷକମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ବିଦ୍ରୋହ ସଫଳ ହୋଇନପାରେ, କିନ୍ତୁ ତାଙ୍କର ଏହି ପ୍ରୟାସ ଆମେରିକାର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ନାହିଁ।

The post ବଡ଼ ଧରଣର ଅଦଳ ବଦଳ କଲେ ଟ୍ରମ୍ପ, କ୍ଷମତାକୁ ନେଇ ବିଦ୍ରୋହର ଆଭାସ appeared first on Odisha Reporter.



from Odisha Reporter https://ift.tt/3nkiTwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages