କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଦୀର୍ଘଦିନର ପ୍ରତୀକ୍ଷା ପରେ ଆନ୍ଧ୍ର ଓଡ଼ିଶାର ସୀମା ବିବାଦର ସମାଧାନ ପାଇଁ ବାଟ ଫିଟିବା ଆଶା ସଞ୍ଚାର ହୋଇଛି। ବୁଧବାର ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ ନେଇ ଆଲୋଚନା ହୋଇଛି। ସୀମାନ୍ତରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ମଣ୍ଡଳଧିକାରୀ ଆରୁକୁ, ଆର ଆଇ, ଫରେଷ୍ଟର ପ୍ରମୁଖ ଅଧିକାରୀ ମାନେ ଓ ଓଡିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପରଭାଇଜର, RI ପ୍ରମୁଖ ପହଞ୍ଚି ଉଭୟପକ୍ଷ ଆଲୋଚନା କରିଥିଲେ।
ତେବେ ଆନ୍ଧ୍ର ଅଧିକାରୀମାନେ ଏଠାକୁ ସମାଧାନ ନୁହେଁ ବରଂ ସ୍ଥିତି ପରଖିବା ପାଇଁ ଆସିଥିବା କହିଥିଲେ। ଏହାସହ ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାକ ଯେବେ ନୋଟିସ ଜାରି କରିବା ସହ ଉପସ୍ଥିତ ରହିବେ ସେହିଦିନହିଁ ଆଲୋଚନାର ବାଟ ବାହାରିବ ବୋଲି ସେମାନେ କହିଥିଲେ।
ଓଡିଶା ଅଧିକାରୀ ମାନେ ଦୀର୍ଘ ୧୯୬୫ ମସିହାରୁ ରେଭିନ୍ୟୁ ରେକର୍ଡ ରହିଥିବା ଦେଖାଇଥିଲେ। କିନ୍ତୁ ଉକ୍ତ ରେକର୍ଡ ଦେଖିବା ସତ୍ତ୍ୱେ ସେମାନେ ମାନି ନଥିଲେ। ଆନ୍ଧ୍ର ଅଧିକାରୀମାନେ କେବଳ ଗୁଗଲ ସର୍ଚ୍ଚ କରିବା କଥା କହୁଥିବା ବେଳେ ଓଡ଼ିଶାର ଅଧିକାରୀମାନେ ରେଭିନ୍ୟୁ ରେକର୍ଡ ଦେଖାଇ ତାକୁ ଠିକ୍ ବୋଲି କହିବା ସହ ସେମାନଙ୍କୁ ରେକର୍ଡ ଆଣି ଦେଖାଇବାକୁ କହିଥିଲେ।
ଏହାରି ଭିତରେ ଏହି ଆଲୋଚନା ବିଫଳ ହୋଇଥିଲେ ହେଁ ଦୀର୍ଘ ଏକ ସପ୍ତାହ ପରେ ବିଶାଖାପାଟଣା ଓ ଆରୁକୁ ସଂଯୋଗ କରୁଥିବା ରାସ୍ନାରେ ଯେଉଁ ପଥର ପକାଇ ଅବରୋଧ କରାଯାଇଥିଲା ତାହାକୁ ହଟାଇ ଦିଆଯାଇଛି।
The post ୮ ଦିନ ପରେ ହଟିଲା ରାସ୍ତା ଅବରୋଧ appeared first on Odisha Reporter.
from Odisha Reporter https://ift.tt/3nGYTVj
No comments:
Post a Comment