ମମତାଙ୍କ ହାତରେ ଦଳ ନାହିଁ: ଟିଏମସି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ମମତାଙ୍କ ହାତରେ ଦଳ ନାହିଁ: ଟିଏମସି ବିଧାୟକ

କୋଲକାତା: ତୃଣମୂଳ କଂଗ୍ରେସର ବିଧାୟକ ମିହିର ଗୋସ୍ୱାମୀଙ୍କ ଏକ ଫେସବୁକ ପୋଷ୍ଟ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିଏମସିର ନେତୃତ୍ୱ ଆଉ ମୁଖ୍ୟମନ୍ତ୍ରୀ ତଥା ସୁପ୍ରିମୋ ମମତା ବାନାର୍ଜୀଙ୍କ ହାତରେ ନାହଁ। ମିହିର ଗୋସ୍ୱାମୀ ମଙ୍ଗଳବାର ତାଙ୍କ ଫେସବୁକ ପୋଷ୍ଟରେ ଏଭଳି ଲେଖିଥିଲେ। ଏହାପରେ ସେ ଟିଏମସିକୁ ବାଏ ବାଏ କରିବାକୁ ନେଇ ଯେଉଁ ଆକଳନ ହେଉଥିଲା ତାହା ଏବେ ଏକପ୍ରକାର ସ୍ପଷ୍ଟ ହୋଇଛି।

ସେ ତାଙ୍କ ଫେସବୁକ ପୋଷ୍ଟରେ କହିଛନ୍ତି, ମୋର ଦଳ ଆଉ ମୋ ନେତାଙ୍କ ହାତରେ ଆଉ ନାହିଁ। ଅର୍ଥାତ୍ ଦଳ ଆଉ ମୋର ଆଉ ହୋଇ ନାହିଁ। ଏହା ମୋର ହୋଇପାରିବ ନାହିଁ। ଶ୍ୟାମ ମା’ଙ୍କୁ ପୂଜା କରିବା ପରେ ମୋର ଆକଳନ ସଠିକ୍ ରହିଛି। ତେଣୁ ଏବେ ଏହି ସଂଗଠନକୁ ବୟକଟ କରିବାର ସମୟ ଆସିନି କି ବୋଲି ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ଏଭଳି ପୋଷ୍ଟ କରିଥିଲେ ମମତାଙ୍କ ବିଶ୍ୱସ୍ତ ମିହିର ଗୋସ୍ୱାମୀ।

ସେ କହିଛନ୍ତି, ମୁଁ ଦଳ ଛାଡ଼ିବି ବୋଲି ବହୁତ ଦିନରୁ ସୂଚନା ଦେଇ ସାରିଛି। ହେଲେ ଏହାର ଛଅ ସପ୍ତାହ ପରେ ବି ମମତା ଥରୁଟେ ବି ତାଙ୍କ ସହ ଯୋଗାଯୋଗ କରିନଥିବା ମିହିର କହିଛନ୍ତି। ୩୦ ବର୍ଷ ଧରି ମମତାଙ୍କ ନେତୃତ୍ୱକୁ ସେ ସମର୍ଥନ କରିଥିବା କହିଛନ୍ତି। ହେଲେ ଏବେ ଏହି ଦଳ ଦିଦିଙ୍କ ଦଳ ଭଳି ଲାଗୁନି ବୋଲି ସେ କହିଛନ୍ତି। କୋଚ ବେହର ଦକ୍ଷୀଣ ଆସନ ଦୀର୍ଘ ୩୦ ବର୍ଷ ଧରି ଏହି ଆସନ ଟିଏମସି ପାଖରେ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମିହିର ଗୋସ୍ୱାମୀ ଏଭଳି ଅଭିଯୋଗ କରି ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ଟିଏମସିର କ୍ୟାମ୍ପେନ୍ ପାଇଁ ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସିକୁ ନିଯୁକ୍ତ କରିଛନ୍ତି ମମତା। ଏବେ ପ୍ରଶାନ୍ତ କିଶୋରଙ୍କ ଅନୁସାରେ ଦଳ ଚାଲୁଛି ବୋଲି ମିହିର ଗୋସ୍ୱାମୀ ପରୋକ୍ଷରେ କହିଛନ୍ତି। ନିକଟରେ ମିହିର ବିଜେପି ସାଂସଦ ନୀତୀଶ ପ୍ରମାଣିକଙ୍କୁ ଭେଟିଥିଲେ। ଏହାପରେ ମମତାଙ୍କ ଏହି ବିଶ୍ୱସ୍ତ ବିଜେପିକୁ ଯିବେ ବୋଲି ଆକଳନ ହୋଇଛି।

The post ମମତାଙ୍କ ହାତରେ ଦଳ ନାହିଁ: ଟିଏମସି ବିଧାୟକ appeared first on Odisha Reporter.



from Odisha Reporter https://ift.tt/2KgBYl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages