ବାହା ହେଲେ ଶାହୀର ଶେଖ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ବାହା ହେଲେ ଶାହୀର ଶେଖ୍!

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର ଶାହୀର ଶେଖ୍‌ଙ୍କ ବାହାଘର ଶେଷ ହୋଇଯାଇଛି। ତାଙ୍କ ପତ୍ନୀଙ୍କ ନାଁ ରୁଚିକା କପୁର। ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ତଳେ ସେମାନେ କୋର୍ଟରେ ବାହା ହୋଇଥିଲେ।

ବାହାଘର ପରେ ଶାହୀର ଓ ରୁଚିକା ଜମ୍ମୁ ଯାଇଥିଲେ। ସେଠାରେ ଶାହୀରଙ୍କ ବାପାମା’ ରହନ୍ତି। ସେମାନଙ୍କ ଆର୍ଶୀବାଦ ପାଇବା ପରେ ଦୁହେଁ ପୁଣି ମୁମ୍ବାଇ ଫେରି ଆସିଥିଲେ। ମୁମ୍ବାଇରେ ସେମାନେ ରୁଚିକାଙ୍କ ଘରେ ଆୟୋଜିତ ଏକ ଛୋଟ ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ଶାହୀର କି ରୁଚିକା ଏଯାଏ ଏନେଇ ମୁହଁ ଖୋଲି ନାହାନ୍ତି।

କୋର୍ଟରେ ବାହା ହୋଇସାରିଥିବା ଶାହୀର ଓ ରୁଚିକା ୨୦୨୧ ଜୁନ୍ ମାସରେ ପାରଂପରିକ ରୀତିନୀତିରେ ପୁଣି ଥରେ ବିବାହ କରିବେ ବୋଲି ଜଣାପଡ଼ିଛି।

ରୁଚିକା ହେଉଛନ୍ତି ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସର ଫିଲ୍ମ ଡିଭିଜନ୍‌ର ମୁଖ୍ୟ। ଏହା ସହିତ ସେ ଏକତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ।

ଶାହୀର ଶେଖ୍ ‘ମହାଭାରତ’ ସିରିଏଲ୍‌ରେ ଅର୍ଜୁନ୍ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ‘କୁଛ୍ ରଙ୍ଗ୍ ପ୍ୟାର୍‌ କେ ଐସେ ଭି’, ‘ନାବ୍ୟା… ନୟେ ଧଡ଼କନ୍ ନୟେ ସବାଲ୍‌’ ଭଳି ଧାରାବାହିକରେ ସେ କାମ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଶାହୀର ଏକ ସୋଶାଲ୍ ମିଡିଆ ପୋଷ୍ଟରେ ପ୍ରଥମ ଥର ତାଙ୍କ ରିଲେସନ୍‌ଶିପ୍‌ ବିଷୟରେ ଘୋଷଣା କରିଥିଲେ। ଏହା ସହିତ ରୁଚିକାଙ୍କ ସହିତ ତାଙ୍କର ଫଟୋ ବି ଶେଆର କରିଥିଲେ। ଏହା ପରେ ତାଙ୍କ ବାହାଘର ନେଇ ଜୋରସୋର ଆଲୋଚନା ହୋଇଥିଲା। ଅବଶ୍ୟ ସେତେବେଳେ ବି ଶାହୀର କି ରୁଚିକା ଏନେଇ କିଛି କହି ନଥିଲେ

The post ବାହା ହେଲେ ଶାହୀର ଶେଖ୍! appeared first on Odisha Reporter.



from Odisha Reporter https://ift.tt/3mebnTT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages