କ’ଣ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କମି ଗଲାଣି? ମାପଚୁପ କରିବାକୁ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

କ’ଣ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କମି ଗଲାଣି? ମାପଚୁପ କରିବାକୁ ନିଷ୍ପତ୍ତି

ବେଜିଂ: ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟର ପ୍ରକୃତ ଉଚ୍ଚତା କେତେ? କ’ଣ ସମୟ କ୍ରମେ ଏହାର ଉଚ୍ଚତା ହ୍ରାସ ପାଇଛି କି? ଖୁବଶୀଘ୍ର ଏ ବିଷୟରେ ସାରା ବିଶ୍ୱ ଜାଣିବ। କାରଣ ନେପାଳ ଓ ଚାଇନା ଏହି ସୁଉଚ୍ଚ ପର୍ବତମାଳାର ମାପଚୁପ କରିବାକୁ ଯାଉଛନ୍ତି।

ନେପାଳ ମିଡିଆ ଗୁରୁବାର ଏହି ଖବର ପ୍ରକାଶ କରିବା ସହ ଏଥିପାଇଁ ଚାଇନା ଗୃହମନ୍ତ୍ରୀ କାଠମାଣ୍ଡୁ ଆସୁଥିବା କହିଛନ୍ତି। ଏହି ଦୁଇ ଦେଶ ମିଳିତ ଭାବେ ଏଭରେଷ୍ଟ ପର୍ବତର ମାପୁଚପ କରିବେ ଓ ଏହାର ପ୍ରକୃତ ଉଚ୍ଚତା ସମସ୍ତଙ୍କୁ ଜଣାଇବେ। ନେପାଳ ସରକାର ନିକଟରେ କହିଥିଲେ, ୨୦୧୫ରେ ଆସିଥିବା ଭୂମିକମ୍ପ ଓ ଅନ୍ୟ କାରଣ ପାଇଁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି। ତେଣୁ ସରକାର ଏହାର ମାପଚୁପ କରିବାକୁ ଚାହୁଁଛନ୍ତି। ନେପାଳର ଏହି ମାପୁଚପ କାର୍ଯ୍ୟରେ ଚାଇନା ମଧ୍ୟ ସାମିଲ ହେବାକୁ ଯାଉଛି।

ନେପାଳ ଗଣମାଧ୍ୟମର ସୂଚନା ଅନୁଯାୟୀ, ୧୯୫୪ରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପା ଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ଏହାର ଉଚ୍ଚତା ୮୮୪୮ ମିଟର। ତେବେ ୧୯୭୫ରେ ଚାଇନାର ଗୋଟିଏ ସଂସ୍ଥା ମଧ୍ୟ ଏଭରେଷ୍ଟର ମାପଚୁପ କରିଥିଲା। ଏହି ସମୟରେ ସଂସ୍ଥା କହିଥିଲା ଯେ ଏହି ପର୍ବତର ଉଚ୍ଚତା ୮୮୪୮.୧୩ ମିଟର।

ଚଳିତ ବର୍ଷ ପୁଣିଥରେ ଚାଇନା ସରକାର ଏଭରେଷ୍ଟର ଉଚ୍ଚତା ମାପିଥିଲେ। ଏଥିପାଇଁ ଚାଇନାର ଗୋଟିଏ ଦଳ ତିବ୍ଦତ ଦେଇ ମାଉଣ୍ଟ ଏଭରେଷ୍ଟକୁ ଯାଇଥିଲା। ମାପଚୁପରୁ ଜଣାପଡ଼ିଥିଲା ଯେ ସମୟକ୍ରମେ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି। ବର୍ତ୍ତମାନ ସମୟରେ ଏହାର ଉଚ୍ଚତା ୮୮୪୪.୪୩ ମିଟର ରହିଛି। ଯାହା ପୂର୍ବ ଉଚ୍ଚତା ତୁଳନାରେ ୪ ମିଟର କମ।

ଏବେ ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ମନ୍ତ୍ରିସ୍ତରୀୟ ବୈଠକ ମଧ୍ୟ ବସିଥିଲା। ବୈଠକ ପରେ ସରକାର କହିଛନ୍ତି ଯେ ଖୁବଶୀଘ୍ର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଜାଣିବା ପାଇଁ ମାପଚୁପ କରାଯିବ।

The post କ’ଣ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କମି ଗଲାଣି? ମାପଚୁପ କରିବାକୁ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3q6HuHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages