ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ପିପଲଖୁଣ୍ଟି ରାସ୍ତାରେ ସୋମବାର ବନ୍ଧୁକ ମୁନରେ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କୁଚିଣ୍ଡା ପୁଲିସ୍। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।
ସୂଚନାଯୋଗ୍ୟ, ସୋମବାର ଲଇମୁରା ୟୁନିୟନ ବ୍ୟାଙ୍କକୁ ୩୫ ଲକ୍ଷ ୪୧ ହଜାର ଟଙ୍କା ନେଇ ଏକ ବୋଲେରୋ ଯାଉଥିଲା। ଉକ୍ତ ସମୟରେ ବୋଲେରୋରେ ବ୍ୟାଙ୍କର ଦୁଇ କର୍ମଚାରୀ ଥିଲେ। ମାତ୍ର ଗାଡ଼ିଟି କୁଚିଣ୍ଡା ଥାନା ପିପଲଖୁଣ୍ଟି ଜଙ୍ଗଲିଆ ରାସ୍ତାରେ ହୋଇଥିବା ବେଳେ ଗାଡ଼ିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ମଚାରୀ। ବନ୍ଧୁକ ମୁନରେ ୬ ଜଣ ଦୁର୍ବୃତ୍ତ ଟଙ୍କା ଲୁଟି ସେଠାରୁ ଫେରାର ହୋଇଯାଇଥିବା ସେମାନେ ପୁଲିସ୍ ସମ୍ମୁଖରେ କହିଛନ୍ତି ।
ନିଜେ ସମ୍ବଲପୁର ଏସ୍ପି ବିଶାଲ କନଓର ସିଂ, କୁଚିଣ୍ଡା ଏସଡିପିଓ ଙ୍କ ସମେତ ଏକ ତଦନ୍ତକାରୀ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। । ଏହାପରେ ପୁଲିସ୍ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ସହ ବୋଲେରୋ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
The post ୩୫ ଲକ୍ଷ ଲୁଟ୍ ମାମଲାରେ ୩ ଅଟକ appeared first on Odisha Reporter.
from Odisha Reporter https://ift.tt/32zXLux
No comments:
Post a Comment