ଶିବରାଜଙ୍କ ତିନି ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

ଶିବରାଜଙ୍କ ତିନି ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ

ଭୋପାଲ: ମଧ୍ୟପ୍ରଦେଶରେ ଶିବରାଜ ଏବଂ ସିନ୍ଧିଆ ଯୋଡ଼ି କମାଲ କରିଛି। ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ମୋଟ୍ ୨୮ଟି ଆସନରେ ଉପନିର୍ବାଚନ ହୋଇଥିଲା। ବିଜେପି ଏକାକୀ ୧୯ଟି ଆସନରେ ବିଜୟୀ ଗୋଇଥିବା ବେଳେ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି। ସବୁଠୁ ବଡ଼ କଥା ହେଲା ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଏହି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନରେ କଂଗ୍ରେସ ବାଜିମାତ୍ କରିଥିଲା। ହେଲେ ସିନ୍ଧିଆ ଦଳ ପରିବର୍ତ୍ତନ କରିବା ପରେ ଭୋଟର ମଧ୍ୟ ବିଜେପି ମୁହାଁ ହୋଇ ହାତ ଦଳକୁ ବାଏ ବାଏ କରିଛନ୍ତି।

ଉପନିର୍ବାଚନ ମଇଦାନରେ ଦୁଇ ପୂର୍ବତନ ମନ୍ତ୍ରୀଙ୍କ ସମେତ ଶିବରାଜ ସରକାରଙ୍କ ୧୪ ଜଣ ମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ଏଥିମଧ୍ୟରୁ ୧୧ ଜଣ ମନ୍ତ୍ରୀ ବିଜୟୀ ହୋଇଛନ୍ତି। ହେଲେ ​ମନ୍ତ୍ରୀ ଇମରତୀ ଦେବୀ, ଏନ୍ଦଲ ସିଂ କଂସାନା ଏବଂ ଗିରାଜ ଦାଣ୍ଡୋତିଆ ନିର୍ବାଚନରେ ​​ପରାସ୍ତ ହୋଇଛନ୍ତି। ଇମରତୀ ଦେବୀ ହେଉଛନ୍ତି ସେହି ମନ୍ତ୍ରୀ ଯାହାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ‘ଆଇଟମ୍’ ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିଜେପି ମୁଦ୍ଦା କରିଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ୍ କରି ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉପନିର୍ବାଚନ ହେଲେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିବା କମଲନାଥ ମଧ୍ୟ ପରାଜୟକୁ ସ୍ୱୀକାର କରିଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପ-ନିର୍ବାଚନ ଫଳାଫଳ ପରେ ପୁଣିଥରେ କମଲ ନାଥ ଏବଂ ଦିଗବିଜୟ ସିଂଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଫଳାଫଳ ପ୍ରମାଣିତ କରିଛି ଯେ କମଲ ନାଥ ଏବଂ ଦିଗବିଜୟ ସିଂ ଗଦ୍ଦାର। କହିରଖୁଛୁ, ସିନ୍ଧିଆ ବିଜେପିରେ ଯୋଗଦେବା ପରେ କଂଗ୍ରେସ ନେତାମାନେ ତାଙ୍କୁ କ୍ରମାଗତ ଭାବରେ ଗଦ୍ଦାର ବୋଲି କହିଥିଲେ।

The post ଶିବରାଜଙ୍କ ତିନି ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ appeared first on Odisha Reporter.



from Odisha Reporter https://ift.tt/3lnGooa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages